ETV Bharat / lifestyle

ପାର୍ବଣରେ ଘରେ ଚୁଟ୍‌କିରେ ବନାନ୍ତୁ ଗୁଲାବ ଜାମୁନ, ଯିଏ ଖାଇବ କହିବ ବାଃ ବାଃ

ଏହି ଦଶହରାରେ ନିଜ ଘରେ ଏମିତି ସହଜରେ ପ୍ରସ୍ତୁତ କରନ୍ତୁ ସୁସ୍ବାଦୁ ଗୁଲାବ ଜାମୁନ । ପରିବାର ଲୋକଙ୍କ ପାଟିରୁ ଛାଡିବନି ସ୍ବାଦ । କହିଲେ ବାଃ ବାଃ

author img

By ETV Bharat Lifestyle Team

Published : 3 hours ago

ସହଜରେ ଘରେ ଏମିତି ବନାନ୍ତୁ ଗୁଲାବ ଜାମୁନ, ଯିଏ ଖାଇବ କହିବ ବାଃ ବାଃ
ସହଜରେ ଘରେ ଏମିତି ବନାନ୍ତୁ ଗୁଲାବ ଜାମୁନ, ଯିଏ ଖାଇବ କହିବ ବାଃ ବାଃ (ETV Bharat)

Gulab Jamun Recipe: ଗୁଲାବ ଜାମୁନ...ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବାହାରେ । ନାନା ପ୍ରକାର ଭାରତୀୟ ମିଷ୍ଟାନ୍ନ ମଧ୍ୟରୁ ଗରମ ଗରମ ସିରାରୁ ବାହାରିଥିବା ନରମ ଗୁଲାବ ଜାମୁନର ସ୍ଥାନ ବେଶ୍ ସ୍ବତନ୍ତ୍ର । ଛୋଟ ପିଲାଠୁ ବୁଢା ପର୍ଯ୍ୟନ୍ତ, ସମସ୍ତଙ୍କର ଭାରି ପସନ୍ଦର ମିଠା । ସହର ବଜାରର ସବୁ ମିଠା ଦୋକାନରେ ରସଗୋଲା, ଛେନାପୋଡ ଭଳି ଗୁଲାବ ଜାମୁନ ମିଳିବା ନିଶ୍ଚିତ । ତେବେ ଆପଣ ବି ନିଜ ଘରେ ଏମିତି ସୁସ୍ବାଦୁ ଗୁଲାବ ଜାମୁନ ବନାଇ ପାରିବେ । ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଗୁଲାବ ଜାମୁନ ପ୍ରସ୍ତୁତି ରେସିପି । ଦଶହରାରେ ନିଜ ଘରେ ଏହି ରେସିପି ଅନୁସାରେ ଗୁଲାବ ଜାମୁନ ବନାଇ ପରିବାର ଲୋକଙ୍କୁ ପରଷି ଦିଅନ୍ତୁ ।

ଘରେ ଏମିତି ଚୁଟ୍‌କିରେ ବନାନ୍ତୁ ଗୁଲାବ ଜାମୁନ
ଘରେ ଏମିତି ଚୁଟ୍‌କିରେ ବନାନ୍ତୁ ଗୁଲାବ ଜାମୁନ (ETV Bharat)

ଆବଶ୍ୟକ ସାମଗ୍ରୀ:

  • କ୍ଷୀର
  • ଖୁଆ
  • ମଇଦା
  • ସୁଜି
  • ଚିନି
  • ଗୁଜୁରାତି
  • ଛାଣିବା ପାଇଁ ତେଲ କିମ୍ବା ଘିଅ

ପ୍ରସ୍ତୁତି ପ୍ରଣାଳୀ

ଗୁଲାବ ଜାମୁନ ବନାଇବା ପାଇଁ ପ୍ରଥମେ ସିରା ପ୍ରସ୍ତୁତ କରିବା ଦରକାର । ଏଥିପାଇଁ କଡେଇରେ ଚିନି ଢାଳି ଏଥିରେ 2 କପ୍ ପାଣି ମିଶାଇ ମେଲ୍ଟ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ଏହାପରେ ଗ୍ୟାସ୍‌ର ଫ୍ଲେମ 2-3 ମିନିଟ୍ ପାଇଁ କମ୍ କରି ସେଥିରେ ଚିମୁଟାଏ ଗୁଜୁରାତି ପାଉଡର ପକାନ୍ତୁ । ଏଥିରେ ହାଲ୍‌କା ଲେମ୍ବୁ ରସ୍ ମଧ୍ୟ ମିଶାଇପାରିବେ । ସିରାକୁ ପତଳା କରିବା ପାଇଁ ଅଳ୍ପ ପାଣି ମିଶାଇପାରିବେ ।

ଖୁଆ ଓ ଛେନାରୁ ଗୁଲାବ ଜାମୁନ ପ୍ରସ୍ତୁତ ହୋଇଥାଏ । ଆପଣ ଘରେ ଛେନା ଛିଡାଇ ପାରିବେ । ଏଥିପାଇଁ କିଛି ସମୟ କ୍ଷୀର ଫୁଟାଇ ଏଥିରେ ଲେମ୍ବୁ ରସ ମିଶାନ୍ତୁ । ଛେନା ଛିଡାଗଲା ପରେ ଏକ ପାତ୍ର ଉପରେ ସଫା ସୂତା କପଡା ରଖି ଛେନାକୁ ଛାଣନ୍ତୁ । ଛାଣିବା ସମୟରେ ଟିକିଏ ପାଣି ମିଶାନ୍ତୁ । ଏବେ କପଡାରେ ଛେନାକୁ ଭଲ ଭାବେ ଚୁପୁଡି କିଛି ସମୟ ହାତରେ ଚକଟି ଦିଅନ୍ତୁ । ସେହିପରି ଖୁଆ ନେଇ କିଛି ସମୟ ହାତରେ ଚକଟନ୍ତୁ । ଏବେ ଛେନା ସହ ଖୁଆ ଓ ଅଳ୍ପ ମଇଦା, ସୁଜା ମିଶାନ୍ତୁ । ଯେତିକି ଖୁଆ ନେଇଛନ୍ତି ତା'ଠୁ ଅଧା ମଇଦା ନେବେ । ଏଥିରେ ଅଳ୍ପ ଗୁଜୁରାତି ପାଉଡର ମିଶାନ୍ତୁ । ବର୍ତ୍ତମାନ ହାତରେ ଛୋଟ ଛୋଟ ଗୁଳା କରନ୍ତୁ ।

ଏବେ ଏକ କଡେଇରେ ତେଲ କିମ୍ବା ଘିଅ ଗରମ କରନ୍ତୁ । ଗୁଲାବ ଜାମୁନ ଛାଣିବା ପୂର୍ବରୁ ଜାଲିରେ ତେଲକୁ ଟିକେ ଏପଟ ସେପଟ କରନ୍ତୁ । ଏହାପରେ ତେଲରେ ଗୁଲାବ ଜାମୁନ ଗୁଳା ପକାଇ ଛାଣନ୍ତୁ । ଟିକେ ଅଧିକ ଆଞ୍ଚରେ ଛାଣନ୍ତୁ । ଗୁଲାବ ଜାମୁନ ଗୋଲ୍ଡେନ ବ୍ରାଉନ ରଙ୍ଗର ହୋଇଗଲା ପରେ ତେଲରୁ ବାହାର କରି ସିରାରେ ମିଶାନ୍ତୁ । ଧ୍ୟାନ ରଖିବେ ଯେମିତି ଗୁଲାବ ଜାମୁନ ପକାଇବା ବେଳେ ସିରା ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ହୋଇନଥାଏ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଟେଷ୍ଟି ଗୁଲାବ ଜାମୁନ ।

ଏହା ମଧ୍ୟ ପଢନ୍ତୁ: ନବରାତ୍ରିର ସପ୍ତମ ଦିନରେ ପିନ୍ଧନ୍ତୁ ନୀଳ ରଙ୍ଗର ପୋଷାକ, ବର୍ଷିବ ମା' କାଳରାତ୍ରିଙ୍କ କୃପା - Navaratri 2024

ଏହା ମଧ୍ୟ ପଢନ୍ତୁ: ରୁଟି କଲାବେଳେ ମାନନ୍ତୁ ଏହି ଟିପ୍ସ, ଗୋଟିଏ ଜାଗାରେ 3ଟା ଖାଇବେ ପିଲା

ଏହା ମଧ୍ୟ ପଢନ୍ତୁ: ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ - Visa Free Countries For Indians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.