ETV Bharat / state

ପୁଣି ଯାଜପୁରରେ ବାଲି ଚୋରାଚାଲାଣ, 3ଟି ହାଇଓ୍ବା ଜବତ

author img

By

Published : Oct 31, 2020, 6:07 PM IST

Updated : Oct 31, 2020, 6:15 PM IST

ଯାଜପୁର ଜିଲ୍ଲାରେ ବୃଦ୍ଧି ପାଉଛି ବାଲି ଚୋରାଚାଲାଣ ମାମଲା । ପୁଣି ଯାଜପୁର ତହସିଲ ଓ ପାଣିକୋଇଲି ପୋଲିସ ମିଳିତ ଭାବେ ସଠିପୁର ଛକରେ ଚଢ଼ାଉ କରି ତିନୋଟି ବାଲି ବୋଝେଇ ହାଇୱା ଜବତ କରିଛି । ଅଧିକ ପଢନ୍ତୁ...

ଯାଜପୁର ଜିଲ୍ଲା ସଠିପୁରରେ ବାଲି ଚୋରାଚାଲାଣ
ଯାଜପୁର ଜିଲ୍ଲା ସଠିପୁରରେ ବାଲି ଚୋରାଚାଲାଣ

ଯାଜପୁର: ଜିଲ୍ଲାରେ ଦିନକୁ ଦିନ ବାଲି ଚୋରା ଚାଲାଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଗତ କିଛିଦିନ ହେବ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲି ଚୋରାଚାଲାଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ।

ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଯାଜପୁର ତହସିଲ ଓ ପାଣିକୋଇଲି ପୋଲିସ ମିଳିତ ଭାବେ ସଠିପୁର ଛକରେ ଚଢ଼ାଉ କରି ତିନୋଟି ବାଲି ବୋଝେଇ ହାଇୱା ଜବତ କରିଛି । ଜବତ ଗାଡ଼ିଗୁଡିକୁ ପାଣିକୋଇଲି ଥାନାରେ ରଖାଯାଇଛି । ଏହି ଚଢ଼ାଉରେ ଯାଜପୁର ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ଦାସ ଓ ଅନ୍ୟ କର୍ମଚାରୀଙ୍କ ସମେତ ପାଣିକୋଇଲି ପୋଲିସ ଉପସ୍ଥିତ ଥିଲେ ।

ପୁଣି ଯାଜପୁରରେ ବାଲି ଚୋରାଚାଲାଣ

ସୂଚନା ଅନୁଯାୟୀ ଗତକାଲି(ଶୁକ୍ରବାର) ମଧ୍ୟ ଯାଜପୁର ଜିଲ୍ଲା ଦାନଗଦି ତହସିଲ ଅନ୍ତର୍ଗତ ବାଙ୍ଗୋର ଖୁଣ୍ଟା କୋସେଇ ନଦୀ ବାଲି ଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉ ଥିବାବେଳେ ଟମକା ଥାନା ଅଧିକାରୀଣି ସଙ୍ଘମିତ୍ରା ନାୟକ ନଦୀଘାଟରେ ପହଞ୍ଚି 4ଟି ବେଆଇନ ବାଲି ବୋଝେଇ ଟ୍ରକକୁ ଜବତ କରିଥିଲେ । ଏଥିସହ ମାମଲାରେ 4 ଜଣଙ୍କୁ ମଧ୍ୟ ଗିରଫ କରିଥିଲେ । ତେବେ ଜିଲ୍ଲାରେ ବାଲି ଚୋରାଚାଲାଣ ବୃଦ୍ଧି ରାଜସ୍ବହାନୀର ମୁଖ୍ୟ କାରଣ ସାଜିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Oct 31, 2020, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.