ETV Bharat / state

ସତ୍ୟବାନଙ୍କ ଦୀର୍ଘାୟୁ କାମନା କଲେ ସାବିତ୍ରୀ

ଯାଜପୁରର ଅଧିଷ୍ଠାତ୍ରୀ ମାଆ ବିରଜାଙ୍କ ମନ୍ଦିରରେ ସାମୂହିକ ସାବିତ୍ରୀ ବ୍ରତ ପାଳିତ ହୋଇଛି । ସେହିପରି ଅନେକ ସ୍ଥାନରେ ବୃକ୍ଷଦେବତା କିମ୍ବା ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ପାଳିତ ହୋଇଛି ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ମହିଳାମାନେ ପାଳିଛନ୍ତି ଏହି ବ୍ରତ ।

author img

By

Published : Jun 3, 2019, 7:44 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ଆଜି ପବିତ୍ର ସାବିତ୍ରୀ ବ୍ରତ । ପୁରାଣ କହେ ଆଜିର ତିଥୀରେ ନିଜର ପତିବ୍ରତା ଗୁଣ ପାଇଁ ଯମଦେବଙ୍କ ଠାରୁ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସତୀ ସାବିତ୍ରୀ । ଯାଜପୁରର ଅଧିଷ୍ଠାତ୍ରୀ ମାଆ ବିରଜାଙ୍କ ମନ୍ଦିରରେ ସାମୂହିକ ସାବିତ୍ରୀ ବ୍ରତ ପାଳିତ ହୋଇଛି । ସେହିପରି ଅନେକ ସ୍ଥାନରେ ବୃକ୍ଷଦେବତା କିମ୍ବା ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ପାଳିତ ହୋଇଛି ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ମହିଳାମାନେ ପାଳିଛନ୍ତି ଏହି ବ୍ରତ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଆଜି ବି ବଞ୍ଚିରହିଛି ପ୍ରାଚୀନ ପରମ୍ପରା । ଯାଜପୁରର ଅଧିଷ୍ଠାତ୍ରୀ ମାଆ ବିରଜାଙ୍କ ମନ୍ଦିର ହୋଇଉଠିଥିଲା ଲୋକାରଣ୍ୟ । ହଜାର ହଜାର ସଂଖ୍ୟାରେ ସଧବା ମହିଳା ସାଥିରେ ଭୋଗପସରା ନେଇ ମନ୍ଦିରକୁ ଆସି ପାଳିଥିଲେ ସାମୂହିକ ସାବିତ୍ରୀ ବ୍ରତ । ଲମ୍ବା ଧାଡିରେ ରହି ମାଆଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିବା ସହ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥିଲେ ।

ସାବିତ୍ରୀ ବ୍ରତ ପାଇଁ ମନ୍ଦିର ବେଢାରେ ଲାଗିରହିଥିଲା ଲମ୍ବା ଧାଡି । ସୃଷ୍ଟି ହୋଇଥିଲା ଏକ ଅଦ୍ଭୁତ ଆଧ୍ୟାତ୍ମିକ ପରିବେଶ । ମନ୍ଦିର ଭିତରେ ଯେତିକି ଭିଡ, ବାହାରେ ମଧ୍ୟ ଭିଡ ତା ଠୁ ଅଧିକ ଦେଖିବାକୁ ମିଳିଥିଲା । କେବଳ ମାଆ ବିରଜାଙ୍କ ମନ୍ଦିର ନୁହେଁ, ବିଭିନ୍ନ ସ୍ଥାନରେ ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ମଧ୍ୟ ଜାକଜମକରେ ପାଳିତ ହୋଇଛି ସାବିତ୍ରୀ ବ୍ରତ ।

ସ୍ବାମୀ ହେଉଛନ୍ତି ଗ୍ରୁହକର୍ତ୍ତା ବା ପରିବାରର ମୁଖ୍ୟ, ଇହକାଳ-ପରକାଳର ଦେବତା । ସ୍ବାମୀଙ୍କ ମଙ୍ଗଳରେ ହିଁ ପରିବାରର ମଙ୍ଗଳ ହୋଇଥାଏ । ଏହି ଭକ୍ତିମୟ ଭାବନାକୁ ପାଥେୟ କରି ସାବିତ୍ରୀ ଏବଂ ଲକ୍ଷ୍ମୀନାରାୟଣ ପୂଜାର ଉପବାସ ବ୍ରତ ପାଳିଛନ୍ତି ବ୍ରତଧାରୀ ମହିଳା । ବ୍ରତପୂଜା ପାଇଁ ବିଭିନ୍ନ ଦେବାଳୟରେ ପୂଜକମାନେ ମଧ୍ୟ ତତ୍ପରତା ପ୍ରକାଶ କରିଥିଲେ । ସେପଟେ ଭିଡ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳାରେ ସହ ବ୍ରତ ସମାପନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.