ETV Bharat / state

ସାବିତ୍ରୀ ଓଷାରେ ଉତ୍ସବ ମୁଖର ବିରଜାଙ୍କ ପୀଠ

author img

By

Published : May 30, 2022, 1:00 PM IST

ସାବିତ୍ରୀ ଅମାବାସ୍ୟା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଅଧିକ ପଢନ୍ତୁ

ସାବିତ୍ରୀ ଓଷାରେ ଉତ୍ସବ ମୁଖର ବିରଜାଙ୍କ ପୀଠ
ସାବିତ୍ରୀ ଓଷାରେ ଉତ୍ସବ ମୁଖର ବିରଜାଙ୍କ ପୀଠ

ଯାଜପୁର: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ବାମୀଙ୍କ ଦୀର୍ଘ ଆୟୁ କାମନା କରି ପୂଜା କରିଥାଏ ପତ୍ନୀ । ଏଥିପାଇଁ ସକାଳୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଆଜି ମା'ଙ୍କ ସ୍ନାନ ପରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିର ପହଡ଼ ଖୋଲିବା ପରେ ଶହ ଶହ ସଂଖ୍ୟାରେ ଅପେକ୍ଷା କରିରହିଥିବା ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିଥିଲେ ।

ସାବିତ୍ରୀ ଓଷାରେ ଉତ୍ସବ ମୁଖର ବିରଜାଙ୍କ ପୀଠ

ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଛାଇରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ଯୋଗୁଁ ଗତ ଦୁଇ ବର୍ଷ ମା' ବିରଜାଙ୍କ ପୀଠରେ ସାବିତ୍ରୀ ଓଷା ପାଳନ ହୋଇନଥିଲା । ମାତ୍ର ଚଳିତ ବର୍ଷ ମା' ଙ୍କୁ ଦର୍ଶନ କରିବାକୁ ମହିଳା ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

ଧାଡ଼ିରେ ଶୃଙ୍ଖଳାର ସହ ଅପେକ୍ଷା କରି ମା' ଙ୍କୁ ଦର୍ଶନ କରି ବେଶ ଖୁସି ଅନୁଭବ କରିଛନ୍ତି ଶ୍ରଦ୍ଧାଳୁ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଦୁଇ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ବିଶେଷ କରି ମହିଳା ପୋଲିସଙ୍କୁ ନିୟୋଜିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.