ETV Bharat / state

ଯାଜପୁର ଆରଟିଓ ଅଫିସ ହେଲା ଦଲାଲମୁକ୍ତ, ଆଡ୍ଡାସ୍ଥଳୀରେ ଚାଲିଲା ବୁଲଡୋଜର - ଚଣ୍ଡିଖୋଲ ଆରଟିଓ ଅଫିସ

‘ମୋ ସରକାର’ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପୋଲିସ ଓ ପ୍ରଶାସନ ତତ୍ପରତା ଦେଖାଇଛି । ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଜବରଦଖଲ କରି ରଖିଥିବା ଦଲାଲ ମାନଙ୍କର ଅସ୍ଥାୟୀ କ୍ୟାମ୍ପକୁ ବୁଲ ଡୋଜର ଲଗାଇ ଉଚ୍ଛେଦ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଯାଜପୁର
author img

By

Published : Oct 4, 2019, 7:29 PM IST

ଯାଜପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ‘ମୋ ସରକାର’ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପୋଲିସ ଓ ପ୍ରଶାସନ ତତ୍ପରତା ଦେଖାଇଛି । ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଜବରଦଖଲ କରି ରଖିଥିବା ଦଲାଲ ମାନଙ୍କର ଅସ୍ଥାୟୀ କ୍ୟାମ୍ପକୁ ଉଚ୍ଛେଦ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଯାଜପୁର

ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଏସପି ଚରଣ ସିଂ ମୀନାଙ୍କ ନେତୃତ୍ବରେ ଚଣ୍ଡିଖୋଲ ଆରଟିଓ ଅଫିସ ପରିସରରେ ଥିବା ଦଲାଲ ମାନଙ୍କ ଜବରଦଖଲକୁ ଉଚ୍ଛେଦ କରାଯାଇଛି । ବୁଲ ଡୋଜର ଲଗାଇ ସମ୍ପୃକ୍ତ ଆରଟିଓ ଦଲାଲ ମାନଙ୍କର ପ୍ରାୟ 50ରୁ ଉର୍ଦ୍ଧ କ୍ୟାବିନ୍ ଓ ଝୁମ୍ପୁଡି ଘର ଭାଙ୍ଗି ଦିଆଯାଇଛି । ଏହି ଦଲାଲ ମାନେ ଦୀର୍ଘ ଦିନ ଧରି ଏଠାରେ ଅସ୍ଥାୟୀ କ୍ୟାମ୍ପ ପକାଇ ଆସୁଥିଲେ ଏବଂ ଅଧିକାଂଶ ସମୟରେ ଗାଡି କାଗଜପତ୍ର ପ୍ରସ୍ତୁତ କରିବା କିମ୍ବା ଯାଞ୍ଚ ସମୟରେ ସାଧାରଣ ଗ୍ରାହକ ମାନେ ଏହି ଦଲାଲ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଠକାମିର ଶିକାର ହୋଇଆସୁଛନ୍ତି ।

ଦୁର୍ନୀତିକୁ ରୋକିବା ସହିତ ଲୋକଙ୍କୁ ସରକାରୀ ସେବା ସହଜରେ ପ୍ରଦାନ କରାଯାଇପାରିବ ବୋଲି ଉଭୟ ଜିଲ୍ଲାପାଳ ଓ ଏସପି କହିଛନ୍ତି । ଏହି ଦଲାଲଗିରି ଘଟଣାରେ ସପ୍ତାହକ ମଧ୍ୟରେ ପ୍ରାୟ 13ଜଣ ଆରଟିଓ ଦଲାଲଙ୍କୁ ଆରଟିଓ ଅଫିସ ପରିସରରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ଓ ଉଚ୍ଛେଦ ପରେ ଦଲାଲ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-rto_office_eviction
format-avo
reporter-Gyanaranjan ojha
place-jajpur
date-04.10.19
anchor---ଜିଲ୍ଲାରେ ମୋ ସରକାର ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପୋଲିସ୍ ଓ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଏସପି ଚରଣ ସିଂ ମୀନାଙ୍କ ନେତୃତ୍ବରେ ଆଜି ଚଣ୍ଡିଖୋଲ ଆରଟିଓ ଅଫିସ ପରିସରରେ ଥିବା ଦଲାଲ ମାନଙ୍କୁ ଜବର ଦଖଲରୁ ଉଚ୍ଛେଦ କରାଯାଇଛି । ବୋଲ୍ ଡୋଜର ଲଗାଇ ସମ୍ପୃକ୍ତ ଆରଟିଓ ଦଲାଲ ମାନଙ୍କର ପ୍ରାୟ 50ରୁ ଉର୍ଦ୍ଧ କ୍ୟାବିନ୍ ଓ ଝୁମ୍ପୁରୀ ଘର ଭାଙ୍ଗି ଦିଆଯାଇଛି । ଏହି ଦଲାଲ ମାନେ ଦୀର୍ଘ ଦିନ ଧରି ଏଠାରେ ଅସ୍ଥାୟୀ କ୍ୟାମ୍ପ ପକାଇ ଆସୁଥିଲେ । ଯଦ୍ବାରା ଅଧିକାଂଶ ସମୟରେ ଗାଡି କାଗଜପତ୍ର ପ୍ରସ୍ତୁତ କରିବା କିମ୍ବା ଯାଞ୍ଚ୍ ସମୟରେ ସାଧାରଣ ଗ୍ରାହକ ମାନେ ଏହି ଦଲାଲ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଠକାମୀର ଶୀକାର ହୋଇଆସୁଥିଲେ । ଫଳରେ ଦୁର୍ନିତିକୁ ରୋକିବା ସହିତ ଲୋକଙ୍କୁ ସରକାରୀ ସେବା ସହଜରେ ଉପଲବ୍ଧ ହୋଇପାରିବ ବୋଲି ଉଭୟ ଜିଲ୍ଲାପାଳ ଓ ଏସପି କହିଛନ୍ତି । ଏହି ଦଲାଲଗିରି ଘଟଣାରେ ଗତ ସପ୍ତାହକ ମଧ୍ୟରେ ପ୍ରାୟ 13ଜଣ ଆରଟିଓ ଦଲାଲଙ୍କୁ ଆରଟିଓ ଅଫିସ୍ ପରିସରରୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିଲା । ସେପଟେ ଏହି ଚଢାଉ ଓ ଉଚ୍ଛେଦ ପରେ ଦଲାଲ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.