ETV Bharat / state

ତେଲିଆ ଗ୍ରାମକୁ ରାସ୍ତା ଯନ୍ତ୍ରଣା: ଅଧା ବାଟରେ ଅଟକିଲା ସାଂସଦଙ୍କ ଗାଡି

author img

By

Published : Aug 28, 2019, 3:03 PM IST

ସୋସିଆଲ ମିଡିଆରୁ ଖବର ପାଇ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ତେଲିଆ ଗାଁରେ ପହଞ୍ଚିଥିଲେ । ରାସ୍ତାର ଅବସ୍ଥା ଏମିତି ଥିଲା ଯେ ଗାଡିର ଡ୍ରାଇଭର ଗାଡିକୁ ଆଗକୁ ନେବାକୁ ସାହାସ ଜୁଟାଇପାରିନଥିଲେ । ସାଙ୍ଗରେ ଥିଲେ ସ୍ଥାନୀୟ ବିଧାୟକ । ରାସ୍ତା ଖରାପ ଯୋଗୁଁ ଗ୍ରାମବାସୀଙ୍କୁ ବାଟରେ ଦେଖାକରି ଫେରିଥିଲେ ଉଭୟ ସାଂସଦ ଓ ବିଧାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ସୋସିଆଲ ମିଡିଆରୁ ଖବର ପାଇ ଗାଁରେ ପହଞ୍ଚିଥିଲେ ସାଂସଦ । କିଛି ବାଟଗଲା ପରେ ସାଂସଦଙ୍କ ଗାଡି ଆଗକୁ ଗଡିଲାନି । ରାସ୍ତାର ଅବସ୍ଥା ଏମିତି ଥିଲା ଯେ ଗାଡିର ଡ୍ରାଇଭର ଗାଡିକୁ ଆଗକୁ ନେବାକୁ ସାହାସ ଜୁଟାଇପାରିନଥିଲେ । ସାଙ୍ଗରେ ଥିଲେ ସ୍ଥାନୀୟ ବିଧାୟକ । ରାସ୍ତା ଖରାପ ଯୋଗୁଁ ଗ୍ରାମବାସୀଙ୍କୁ ବାଟରେ ଦେଖାକରି ଫେରିଥିଲେ ଉଭୟ ସାଂସଦ ଓ ବିଧାୟକ । ଏହା କୌଣସି ଅପହଞ୍ଚ ଇଲାକାର କଥା ନୁହେଁ, ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୨୫ କିମି ଓ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରୁ ମାତ୍ର ୧୦ କିମି ଦୂରରେ ଅବସ୍ଥିତ କୋରାଇ ବ୍ଲକର ଗୋଳେଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିଆ ଗ୍ରାମର ଦୁର୍ଦ୍ଦଶା । ଦିନେ ନୁହେଁ ମାସେ,ବର୍ଷ ବର୍ଷ ଧରି କାଦୁଅ ପାଣି ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନେ ପରିସ୍ଥିତି ସାଂଘାତିକ ହୋଇପଡେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଯେ ସୋସିଆଲ ମିଡିଆରୁ ଖବର ପାଇ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ତେଲିଆ ଗାଁରେ ପହଞ୍ଚିଥିଲେ । କିନ୍ତୁ ବର୍ଷା ଦିନେ ରାସ୍ତାର ଅବସ୍ଥା ଏପରି ଥିବ ବୋଲି ସାଂସଦଙ୍କ କଳ୍ପନାର ବାହାରେ ଥିଲା । ଗାଁ ଶେଷ ମୁଣ୍ଡକୁ ଯିବା ପାଇଁ ସାଂସଦଙ୍କର ଇଚ୍ଛା ଥିଲେ ମଧ୍ୟ ଗାଡିକୁ ଆଗକୁ ନେବାକୁ ଡ୍ରାଇଭର ସାହାସ ଜୁଟାଇ ପାରିନଥିଲେ । ଫେରି ଆସିଥିଲେ ସାଂସଦ । ନିଜେ ଦେଖିଲେ ରାସ୍ତା ବିନା କିଭଳି ଶୋଚନୀୟ ଗ୍ରାମର ସ୍ଥିତି । କିଭଳି ଭାବରେ ହୀନସ୍ତାରେ 71 ବର୍ଷ କଟାଇ ସାରିଲେଣି ଲୋକେ ।

ଗାଁରେ କୌଣସି ରୋଗୀ ପଡିଲେ ଦରକାର ପଡେ ଦୋଳା । ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରେନି ଆମ୍ବୁଲାନ୍ସ । ଗାଁ ନାଳ ଉପରେ ପୋଲ ନଥିବାରୁ ଲୋକେ ବାଉଁଶ ପୋଲରେ ଯାତାୟତ କରୁଛନ୍ତି । ବାରମ୍ବାର ଗ୍ରାମବାସୀ ଏ ଅଫିସରୁ ସେ ଅଫିସ ଦୌଡିବାର ଫଳ କେବଳ ଫଳକଟିଏ ମିଳିଛି ସତ କିନ୍ତୁ କିଛି ଫଳ ମିଳିନି ।

ଏପରି ଅବସ୍ଥାରେ ଆଜିର କିମ୍ବା କାଲିର ନୁହେଁ,ବର୍ଷ ବର୍ଷ ଧରି ଏଭଳି ଅବସ୍ଥାରେ ଲୋକେ ଯାତାୟତ କରୁଛନ୍ତି । ବାରମ୍ବାର ସରକାରୀ ଅଧିକାରୀ, ଲୋକପ୍ରତିନିଧିଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି । ତଥାପି ଆଜି ପର୍ଯ୍ୟନ୍ତ ଏହି ସମସ୍ୟା ଦୂର ହୋଇପାରିଲା ନାହିଁ । ବାଧ୍ୟ ହୋଇ ଗାଁର ଯୁବକମାନେ ସାଂସଦଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଗାଁର ସମସ୍ୟା ସଂପର୍କରେ ଅବଗତ କରିଥିଲେ ।

ତେଲିଆ ଗ୍ରାମବାସୀଙ୍କ ଏଭଳି ଅବସ୍ଥା ଦେଖି ପ୍ରଥମ ଥର କୋରେଇ ବିଧାୟକ ହୋଇଥିବା ଅଶୋକ ବଳ ଏବଂ ସାଂସଦ ଶର୍ମିଷ୍ଠା ସେଠୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗକୁ ଗ୍ରହଣ କରି ଏହାର ସ୍ଥାୟୀ ସମାଧାନ ହେବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

hgfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.