ଯାଜପୁର: ବିଞ୍ଝାରପୁର ବ୍ଲକ୍ ଅଧିନ ବରହମପୁର ଅଞ୍ଚଳରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର । ସୂଚନାନୁସାରେ ଜଣେ ଧୀବର ବଢି ପାଣିରେ ନାଳରୁ ମାଛ ଧରିବାକୁ ଉଦ୍ୟମ କରୁଥିବାବେଳେ ଦେଖିବାକୁ ମିଳିଛି ଏହି ଅଦ୍ଭୁତ ପ୍ରଜାତିର ମାଛ । ଯାହାକି ମଣିଷ ଭଳି ପାଟିରେ ଜିଭ ଥିବା ଦେଖିବାକୁ ମିଳିଛି । ଏହି ମାଛଟି ଦେଖିବାକୁ ଆକର୍ଷଣୀୟ ହୋଇଥିବାବେଳେ ଲମ୍ବା ଆକୃତିର ଦେଖିବାକୁ ମିଳିଛି । ତେବେ ମାଛର କାତି ନାହିଁ । ଏହି ମାଛକୁ କରେଣ୍ଟ ଫିସ୍ ବେଲି କୁହାଯାଉଛି l
ସାଧାରଣତଃ ବାହାର ଦେଶରେ ଏହି ପ୍ରଜାତିର ମାଛ ଦେଖିବାକୁ ମିଳନ୍ତି ବୋଲି ସୂଚନା ମିଳିଛି । ତେବେ ଜଳବାୟୁ ପରିବର୍ତ୍ତନ ଏବଂ ଖାଦ୍ୟ ଅନ୍ବେଷଣରେ ଏହି ପ୍ରଜାତିର ମାଛ ବଢି ପାଣି ଯୋଗେ ନାଳକୁ ଚାଲି ଆସିଛି । ସେପଟେ ଏହି ମାଛକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଶ୍ ପରିଲକ୍ଷିତ ହୋଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ