ଯାଜପୁର: ଚଳିତ ମାସ 1 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତଙ୍କୁ ଏହି ତ୍ରୁଟିଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପାଇଁ ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ ।
ଜିଲ୍ଲାର ସମସ୍ତ ଜନସେବା କେନ୍ଦ୍ରରେ ଏହି ସଂଶୋଧନ କରିପାରିବେ । ଏପରିକି ଟୋଲ ପ୍ରିଣ୍ଟିଂ ନମ୍ବରରେ ମଧ୍ୟ ନିଜର ଭୋଟର ତାଲିକାକୁ ସଂଶୋଧନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆୟୋଜିତ ବୈଠକରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ