ଯାଜପୁର: ଦିନିକିଆ ଯାଜପୁର ଗସ୍ତରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ । ବୁଧବାର ସେ ଯାଜପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସେ ବିଭିନ୍ନ ରାଜସ୍ବ ଅଫିସ ଓ ତହସିଲ ଅଫିସରେ ବକେୟା ରାଜସ୍ବ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବିଭିନ୍ନ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ କରିବା ଓ ସେମାନଙ୍କ ନାମରେ ଥିବା ବିଭିନ୍ନ ମୋକଦ୍ଦମାର ଶୀଘ୍ର ଫଇସଲା କରିବାକୁ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଥିଲେ ।
ଆସନ୍ତା ଅକ୍ଟୋବର ୨ରୁ ଲାଗୁ ହେବାକୁ ଥିବା ମୋ ସରକାର ଯୋଜନା ଓ ୫T କୁ କାର୍ଯ୍ୟକାରି କରି ଜନସାଧାରଣଙ୍କୁ ତ୍ବରାରିତ ନ୍ୟାୟ ପ୍ରଦାନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ବ୍ୟତିତ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତି ଥିଲେ । ଏହି ଅବସରରେ ଜିଲ୍ଲାର ୯ ଜଣ ଭୂମୀହିନଙ୍କୁ ଆରଡିସି ଜମିପଟା ପ୍ରଦାନ କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ