ETV Bharat / state

ଯାଜପୁରରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର, ପଠାଗଲା ନନ୍ଦନକାନ - ବିରଳ ପ୍ରଜାତିର କଇଁଛ ଉଦ୍ଧାର

ବିରଳ ପ୍ରଜାତିର କଇଁଛ ଉଦ୍ଧାର । ଯାଜପୁର ତରପଦା ଗ୍ରାମରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କଲା ଯାଜପୁର ରୋଡ ବନ ବିଭାଗ । ଅଧିକ ପଢନ୍ତୁ

ଯାଜପୁରରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର
ଯାଜପୁରରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର
author img

By

Published : Nov 11, 2022, 5:39 PM IST

ଯାଜପୁର: ବିରଳ ପ୍ରଜାତିର କଇଁଛ ଉଦ୍ଧାର । ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ତରପଦା ଗ୍ରାମରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି(turtle rescued from Tarapada village ) । ଯାଜପୁର ରୋଡ ବନ ବିଭାଗ ଦ୍ୱାରା କଇଁଛଟିକୁ ଉଦ୍ଧାର କରାଯାଇଥିବା ବେଳେ ବାରଙ୍ଗ ସ୍ଥିତ ନନ୍ଦନକାନକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ଯାଜପୁରରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ, ତରପଦା ଗ୍ରାମରେ ଏକ ବିରଳ ପ୍ରଜାତିର କଇଁଛ ବୁଲୁଥିବାରୁ ଖବର ପାଇଥିଲେ କଟକ ଡିଏଫଓ ଡ଼ ସଞ୍ଜୟ କୁମାର ସ୍ୱାଇଁ । ଏହାପରେ ତୁରନ୍ତ କଇଁଛଟିକୁ ଉଦ୍ଧାର କରିବାକୁ ଯାଜପୁର ରୋଡ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରେଞ୍ଜର ଜ୍ୟୋତିରଞ୍ଜନ ନିର୍ଦ୍ଦେଶ ପାଇବା ପରେ ତରପଦା ଗ୍ରାମକୁ ଯାଇ କଇଁଛଟିକୁ ଉଦ୍ଧାର କରି ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ l ତେବେ କଇଁଛଟି କେଉଁଠୁ ଏବଂ କିପରି ଏହି ଗ୍ରାମକୁ ଆସିଲା ତାହା ତଦନ୍ତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବିରଳ ପ୍ରଜାତିର କଇଁଛ ଉଦ୍ଧାର, ନିକଟସ୍ଥ ନଦୀରେ ଛାଡିଲା ବନବିଭାଗ

ଯାଜପୁର ରୋଡ ବନବିଭାଗ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି, ''ବୈତରଣୀ ନଦୀରୁ କଇଁଛଟି ଉପରକୁ ଉଠି ଆସିଥିଲା । ଏହାପରେ ତରପଦା ଗ୍ରାମରେ କଇଁଛଟି ବୁଲୁଥିଲା । ଗ୍ରାମବାସୀ କଇଁଛଟିକୁ ଦେଖି ଆଇଆଇସିଙ୍କୁ ଖବର ଦେଇଥିଲେ । ଏହି ଖବର କଟକ ଡିଏଫଓ ସଞ୍ଜୟ କୁମାର ସ୍ୱାଇଁଙ୍କ ନିକଟରେ ପହଞ୍ଚିଥିଲା । ଏହାପରେ ଡିଏଫଓଙ୍କ ନିର୍ଦ୍ଦେଶ ପାଇବା ପରେ ଆମେ ଗ୍ରାମରେ ପହଞ୍ଚି କଇଁଛଟିକୁ ଉଦ୍ଧାର କରି ରେଞ୍ଜ ଅଫିସରେ ରଖିଛୁ ଓ କଇଁଛଟିର ଚିକିତ୍ସା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମୀନାଝୁଲା ଶୈବପୀଠରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର

କଇଁଛଟିର ଓଜନ ୩୦ରୁ ୪୦ କେଜି ହେବା ନେଇ ଅନୁମାନ କରାଯାଉଛି, ପ୍ରଥମ ଥର ପାଇଁ ଏପରି କଇଁଛ ଉଦ୍ଧାର କରାଯାଇଛି ।'' ସେପଟେ କଟକ ବନଖଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ କଇଁଛଟିକୁ ବାରଙ୍ଗ ସ୍ଥିତ ନନ୍ଦନକାନକୁ ପଠାଇ ଦିଆଯାଇଛି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.