ETV Bharat / state

ସୁକିନ୍ଦା ବନବିଭାଗ ଅଞ୍ଚଳରୁ ଟ୍ରିଙ୍କେଟ ସାପ ଉଦ୍ଧାର

ଯାଜପୁର ସୁକିନ୍ଦା ବନବିଭାଗ ଅଞ୍ଚଳରୁ ବିରଳ ଟ୍ରିଙ୍କେଟ ସାପକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ସୁକିନ୍ଦା ବନବିଭାଗ ଅଞ୍ଚଳରୁ ଟ୍ରିଙ୍କେଟ ସାପ ଉଦ୍ଧାର
ସୁକିନ୍ଦା ବନବିଭାଗ ଅଞ୍ଚଳରୁ ଟ୍ରିଙ୍କେଟ ସାପ ଉଦ୍ଧାର
author img

By

Published : Jun 15, 2021, 5:49 PM IST

ଯାଜପୁର: ଜିଲ୍ଲାର ସୁକିନ୍ଦା ବନ ବିଭାଗ ଅଧିନସ୍ଥ ସୁକିନ୍ଦା ଗଡ଼ ଗ୍ରାମପଞ୍ଚାୟତ ଢୋଲପଥର ଗ୍ରାମର କବିର ବାଦର ଘର ମଧ୍ୟରୁ ଟ୍ରିଙ୍କେଟ ସାପକୁ ଉଦ୍ଧାର କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଏହି 3 ଫୁଟର ବିରଳ ପ୍ରଜାତିର ସାପକୁ ଉଦ୍ଧାର କରାଯାଇଛି ।

ସୁକିନ୍ଦା ବନବିଭାଗ ଅଞ୍ଚଳରୁ ଟ୍ରିଙ୍କେଟ ସାପ ଉଦ୍ଧାର

ସାପଟି କବିରଙ୍କ ପରିବାରକୁ କିଛି କ୍ଷତି ପହଞ୍ଚାଇ ନାହିଁ । ତେବେ ସେମାନେ ସାପଟିକୁ ଦେଖିବା ମାତ୍ରେ ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟାଜିତ ବେହୁରାଙ୍କୁ ଯୋଗାଯୋଗ କରିଥିଲେ । ସୌମ୍ୟାଜିତ ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିରଳ ପ୍ରଜାତିର ସାପଟିକୁ ଉଦ୍ଧାର କରିଥିଲେ । ଏହାପରେ ସୁକିନ୍ଦା ବନ ବିଭାଗ ସହଯୋଗରେ ବନ ବିଭାଗ ଅଧିନସ୍ଥ ମହାଗିରି ଜଙ୍ଗଲରେ ସାପଟିକୁ ସୁରକ୍ଷିତ ଉପାୟରେ ଛାଡି ଦିଆଯାଇଛି ।

ସୌମ୍ୟାଜିତଙ୍କ ସୂଚନା ମୁତାବକ ଏହି ସାପ ବିଷଧର ନୁହନ୍ତି, ଏହି ସାପ ପ୍ରଥମଥର ପାଇଁ ସୁକିନ୍ଦା ଅଞ୍ଚଳରେ ଧରା ଯାଇଥିବା ସେ କହିଛନ୍ତି । ସାପଟିକୁ ହଠାତ ଘରେ ଭିତରେ ଦେଖି କବିରଙ୍କ ପରିବାର ଭୟଭୀତ ହୋଇଯାଇଥିଲେ । କିନ୍ତୁ ସୌମ୍ୟାଜିତ ସଠିକ ସମୟରେ ତାଙ୍କ ଘରେ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.