ଯାଜପୁର: ଚଣ୍ଡିଖୋଲ ସ୍ଥିତ ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ପୀଠର ଅଭଡ଼ା ଗୃହ ପଛପଟେ ଏକ ବିରଳ ଧଳା ରଙ୍ଗର ନାଗସାପ(Rare White Snake) ଠାବ । ଆଜି(ଶୁକ୍ରବାର) ସକାଳେ ସାପଟି ଖେଳୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।
ଏଭଳି ବିରଳ ଧଳା ରଙ୍ଗର ନାଗସାପକୁ ଦେଖିବା ପାଇଁ ମନ୍ଦିରରେ ଲୋକଙ୍କ ଭିଡ଼ ଜମିଥିଲା । ତେବେ ସାପଟି କିଛି ସମୟ ଧରି ବେଢ଼ା ଭିତରେ ବୁଲିବା ପରେ ସ୍ଥାନୀୟ ଜଙ୍ଗଲକୁ ଚାଲି ଯାଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ