ଯାଜପୁର: ବାପା ଝିଅ ଭଳି ପବିତ୍ର ସମ୍ପର୍କରେ ଦାଗ । ବାପା ସାଜିଛି ସଇତାନ । ଆଉ ନିଜ 14 ବର୍ଷର ଝିଅର ଉଜ୍ଜତ ସହ ଖେଳୁଛି ଖେଳ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବିଞ୍ଝାରପୁର ଥାନା ଅଞ୍ଚଳରୁ। ଯାହାକୁ ନେଇ ସାରା ଜିଲ୍ଲାରେ ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନାମୂତାବକ, ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ରୁଦ୍ରପୁର ଗାଁରେ । ଆଜି କି କାଲି ନୁହଁ ଦୀର୍ଘ ୬ ମାସ ଧରି ନିଜ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯ୍ୟାତନା ଦେଉଥିଲା ସଇତାନ ବାପା । ଏଥିପାଇଁ ଗାଁରେ ମଧ୍ୟ ଅନେକ ଥର ନ୍ୟାୟ ନିଶାବ ବସିସାରିଛି । ହେଲେ ଫଳ ଶୂନ, ସଇତାନ ବାପ ପାଖରୁ ବର୍ତ୍ତି ପାରିନି ନିରୀହ ପୀଡ଼ିତା ।
ଏଭଳି କାମକୁ ପୀଡିତାର ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାରି ଲହୁଲୁହାଣ କରିଛି ଅଭିଯୁକ୍ତ ବାପ। ଶେଷରେ ନିର୍ଯ୍ୟାତନା ସହ୍ୟ ନକରିପାରି ଜୁନ ୧୭ ତାରିଖରେ ବିଞ୍ଝାରପୁର ଥାନାରେ ବାପା ବିରୋଧରେ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଅଭିଯୁକ୍ତକୁ ଗିରଫ କରି ମେଡିକାଲ ଟେଷ୍ଟ କରାଯାଇଥିଲା । ଅନ୍ୟପପଟେ ସତ୍ୟତା ଜଣାପଡିବାରୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଯାଜପୁର ଏସଡ଼ିପିଓ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ