ଯାଜପୁର: ବାଲିଆପାଳ ନିକଟରେ ନିର୍ମାଣାଧୀନ ସୁକିନ୍ଦା-ଅନୁଗୁଳ ରେଳ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ ଘଟଣା । ଗ୍ରାମବାସୀଙ୍କ ଆନ୍ଦୋଳନରେ ହସ୍ତକ୍ଷେପ କଲେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ । ଶୁକ୍ରବାର ବିଧାୟକ ଆନ୍ଦୋଳନ ସ୍ଥଳକୁ ଯାଇ ଗାଁଲୋକ ଓ ରେଳବାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।
ଆସନ୍ତା ୩ ଦିନ ମଧ୍ୟରେ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇ ଦେବାକୁ ଏହି ଆଲୋଚନା ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ୟ ସମସ୍ୟା ଗୁଡିକୁ ଯଥାଶିଘ୍ର ପୂରଣ କରାଯିବ ବୋଲି ରେଳବାଇ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଛନ୍ତି । ସୂଚନା ମୁତାବକ, ଏହି ରେଳ ପ୍ରକଳ୍ପ ଯୋଗୁଁ ବାଲିଆପାଳ ସମେତ ଆଖପାଖ ଅନ୍ୟ ୨ଟି ଗାଁରେ ପାନୀୟଜଳ, ଗମନାଗମନ ଓ ଚାଷ ଜମିକୁ ଜଳସେଚନ ଆଦି ସମସ୍ୟା ଦେଖାଦେଇଥିଲା । ଏହାର ସମାଧାନ ପାଇଁ ପୂର୍ବରୁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଗତ ୨ ଦିନ ତଳେ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଧାରଣାରେ ବସିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ