ETV Bharat / state

ବରୀ ବିଧାୟିକାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ କଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା - bari mla sunanda das

ବରୀ ବିଧାୟିକାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଦେଖାଦେଇଛି ବିବାଦ । ବରୀର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଏ ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ବିଧାୟିକାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ବରୀ ବିଧାୟିକାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ କଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା

author img

By

Published : Aug 25, 2020, 8:48 PM IST

ଯାଜପୁର: ବରୀ ବିଧାୟିକାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ । ବରୀର ପୂର୍ବତନ ବ୍ଲକ ଅଧ୍ୟକ୍ଷା ରାମଚନ୍ଦ୍ରପୁର ଥାନାରେ ବିଧାୟିକାଙ୍କ ବିରୋଧରେ ଜାତିଆଣ ଅକ୍ଷେପ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ବରୀ ବିଧାୟିକାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ କଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା

ଯାଜପୁର ଜିଲ୍ଲା ବରୀରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଜଣେ ମହିଳାଙ୍କ ଉଦ୍ଦେଶ୍ୟରେ ଜାତିଆଣ ମନ୍ତବ୍ୟ ସହିତ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ବରୀର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା ବରୀ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ବିଧାୟିକା ନାଁ ନନେଇଥିଲେ ସୁଦ୍ଧା ମୋ ଜାତିକୁ ଇଙ୍ଗିତ କରି ଏଭଳି ମନ୍ତବ୍ୟ ଦେଇଛନ୍ତି । ଯାହାର ମୋର ମାନ ସମ୍ମାନରେ ଆଞ୍ଚ ଆଣିଛି । ଦୀର୍ଘ ବର୍ଷ ହେଲା ମୁଁ ବିଜୁ ଜନତା ଦଳରେ ରହିଛି । ବିଧାୟିକାଙ୍କ ଏପରି ମନ୍ତବ୍ୟ ସଂପର୍କରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ଭାରତୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବିଧାୟିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

ଅନ୍ୟପଟେ ବରୀ ବିଧାୟିକା ଏ ନେଇ ସଫେଇ ଦେଇଛନ୍ତି ଯେ ମୁଁ କୌଣସି ବ୍ୟକ୍ତିଙ୍କ ନାଁ ନ ନେଇ କହିଛି । ଏଥିରେ କିଏ କଣ ପ୍ରତିକ୍ରିୟା ରଖିବ ମୋର କିଛି କହିବାର ନାହିଁ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.