ETV Bharat / state

ଘରୋଇ କମ୍ପାନୀ ହାତରେ ନୀଳଚଳ ଇସ୍ପାତ କାରଖାନା, ଆଶା ଆଶଙ୍କାରେ ବିସ୍ଥାପିତ ପରିବାର

author img

By

Published : Jan 31, 2022, 7:35 PM IST

ଯାଜପୁର କଳିଙ୍ଗନଗର ସ୍ଥିତ ଘରୋଇ କମ୍ପାନୀ ଟାଟାଷ୍ଟିଲ ହାତକୁ ଯାଇଛି ନୀଳଚଳ ଇସ୍ପାତ କାରଖାନା । ଅଧିକ ପଢନ୍ତୁ

ଘରୋଇ କମ୍ପାନୀ ହାତରେ ନୀଳଚଳ ଇସ୍ପାତ କାରଖାନା
ଘରୋଇ କମ୍ପାନୀ ହାତରେ ନୀଳଚଳ ଇସ୍ପାତ କାରଖାନା

ଯାଜପୁର: ଜିଲ୍ଲାର କଳିଙ୍ଗନଗର ସ୍ଥିତ ନୀଳଚଳ ଇସ୍ପାତ କାରଖାନା ଶେଷରେ ଘରୋଇ ଶିଳ୍ପ କମ୍ପାନୀକୁ ବିକ୍ରି ହୋଇଛି । ଏହି କମ୍ପାନୀକୁ ଏବେ ୧୨ ହଜାର ଏକ ଶହ କୋଟି ଟଙ୍କାରେ କିଣିନେଇଛି ଟାଟାଷ୍ଟିଲ୍‌ । କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ୍ତ ଶିଳ୍ପଦ୍ୟୋଗ ଭାବରେ ଦୀର୍ଘଦିନ ଧରି ଯୌଥ ଉଦ୍ୟୋଗରେ ଏହାର ପରିଚାଳନା କରାଯାଉଥିଲା ।

ଘରୋଇ କମ୍ପାନୀ ହାତରେ ନୀଳଚଳ ଇସ୍ପାତ କାରଖାନା

ଏହାର ବିକ୍ରିକୁ ନେଇ ଡକାଯାଇଥିବା ବିଡ୍‌ରେ ଟାଟାଷ୍ଟିଲ୍‌ର ଡାକ ଅଧିକ ରହିଥିଲା । ତେବେ ନୀଳାଚଳ ଇସ୍ପାତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ କମ୍ପାନୀରେ ଅଂଶଧନ ରହିଥିଲା । ବିକ୍ରି ପ୍ରସ୍ତାବକୁ ଆଜି ସରକାର ଅନୁମୋଦନ ଦେଇଥିବା ଜଣାପଡ଼ିଛି । ଏନେଇ DIPM ସଚିବ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେପଟେ କାରଖାନା ବିକ୍ରି ହେବା ଏବଂ ଟାଟାଷ୍ଟିଲକୁ ହସ୍ତାନ୍ତର କରାଯିବାକୁ ନେଇ କର୍ମଚାରୀ, ବିସ୍ଥାପିତ, ଜମିହରାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଟାଟାଷ୍ଟିଲକୁ ସ୍ବାଗତ କରାଯାଇଥିଲେ ହେଁ କମ୍ପାନୀ କିଭଳି କର୍ମଚାରୀ, ବିସ୍ଥାପିତ ପରିବାର ଏବଂ ଅଞ୍ଚଳ ବାସୀଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛି ତାହା ହିଁ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ସାଜିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.