ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରପଦା ଗାଁରେ ଜଣେ ଭାଗ ଚାଷୀ ଆତ୍ମହତ୍ୟା ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଚଳିତ ବନ୍ୟାରେ ତାଙ୍କ ଫସଲ ସଂପୁର୍ଣ୍ଣ ଉଜୁଡିଯାଇଛି । ପଂଳରେ ମାନସିକ ଭାରସାମ୍ୟ ହରାଇ ରମାକାନ୍ତ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଥିବାବେଳେ କ୍ଷତିପୂରଣ ଦାବି କରିଛନ୍ତି ।
ସୂଚନାନୁଯାୟୀ, ଶୁକ୍ରବାର ନିଜ ବିଲରେ ଥିବା ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ ରମାକାନ୍ତ ମଲ୍ଲିକ । ସେ ବିଲକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ ।
ତେବେ ବିଂଝାରପୁର ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ଆଜି ରମାକାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ