ETV Bharat / state

ସେକ୍ସ ରାକେଟ୍‌ରେ ଚଢାଉ, ରାଣୀ ମହୁମାଛି ସମେତ 6 ଗିରଫ

ଗତକାଲି ରାତିରେ ଚାଲିଥିବା ସେକ୍ସ ରାକେଟ୍‌ ଉପରେ ପୋଲିସ ଚଢାଉ କରିଛି । ଏହି ଚଢାଉରେ ରାଣୀ ମହୁମାଛି, ଜଣେ ଦେହଜୀବୀଙ୍କ ସହ  ୫ ଜଣଙ୍କୁ ପୋଲିସ ଗିରଫ କରିଛି ।

author img

By

Published : Aug 19, 2019, 6:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଜାରକା ଅଞ୍ଚଳରେ ସେକ୍ସ ରାକେଟ୍‌ରେ ଚଢାଉ କରିଛି ପୋଲିସ । ଏହି ଚଢାଉରେ ରାଣୀ ମହୁମାଛି, ଜଣେ ଦେହଜୀବୀଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ସେମାନଙ୍କ ନିକଟରୁ ଗୋଟିଏ କାର, ୩ଟି ବାଇକ ଓ ୭ଟି ମୋବାଇଲ ଫୋନ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଗିରଫ ପରେ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଧର୍ମଶାଳା ପୋଲିସ ଜାରକା ନିକଟସ୍ଥ କୁମାରୀର ଏକ ଭଡାଘରେ ଚଢାଉ କରିଥିଲା । ସେଠାରୁ ଜଣେ ଦେହଜୀବୀକୁ ଉଦ୍ଧାର କରିବା ସହ ୨ ଜଣ ଦଲାଲ ରବିନ୍ଦ୍ର ସାହୁ ଓ ବଳରାମ ସାହୁକୁ ଗିରଫ କରିଥିଲା । ଏହା ସହ ସେଠାରୁ ୩ ଜଣ ଗ୍ରାହକ ସୌମ୍ୟଶ୍ରୀ ଜେନା, ମହେନ୍ଦ୍ର ମଲିକ ଓ ଲିପୁ ମଲିକଙ୍କୁ ଗିରଫ କରିଥିଲା । ଏହି ରାକେଟ୍‌ର ମୁଖ୍ୟ ରାଣୀ ମହୁମାଛି ଜଣଙ୍କ ଘର ବିଛାଖଣ୍ଡି ଅଞ୍ଚଳରେ ବୋଲି ଜଣାପଡିଛି । ସେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦେହ ବ୍ୟବସାୟ ଚଳାଇ ଆସୁଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Sex_racket_thaba
format-AVO
reporter-Gyanaranjan ojha
place-jajpur
date-19.08.19
anchor---ଯାଜପୁର ଜିଲ୍ଲା ଜାରକା ଅଂଚଳରୁ ସେକ୍ସ ର‌୍ୟାକେଟ୍ ଠାବ । ଏଥିରେ ରାଣୀ ମହୁମାଛି ସହ ଜଣେ ଦେହଜୀବୀକୁ ପୁଲିସ ଉଦ୍ଧାର କରିବା ସହ ୫ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ କାର, ୩ଟି ବାଇକ୍, ୭ଟି ମୋବାଇଲ ସହ ବହୁ ଆପତିଜନକ ସାମଗ୍ରୀ ଜବତ କରିଛି । କୈାଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଧର୍ମଶାଳା ପୁଲିସ ଜାରକା ନିକଟସ୍ଥ କୁମାରୀ ଠାରେ ଏକଭଡା ଘରେ ଚଢାଉ କରିଥିଲା । ସେଠାରୁ ଜଣେ ଦେହଜୀବୀକୁ ଉଦ୍ଧାର କରିବା ସହ ୨ଜଣ ଦଲାଲ ରବିନ୍ଦ୍ର ସାହୁ ଓ ବଳରାମ ସାହୁକୁ ଗିରଫ କରିବା ସହ ୩ଜଣ ଗ୍ରାହକ ସୈାମ୍ୟଶ୍ରୀ ଜେନା, ମହେନ୍ଦ୍ର ମଲିକ ଓ ଲିପୁ ମଲିକକୁ ଗିରଫ କରିଥିଲା । ତେବେ ଏହି ର‌୍ୟାକେଟର ମୁଖ୍ୟ କିଙ୍ଗପିନ୍ କୁହାଯାଉଥିବା ରାଣୀ ମହୁମାଛି ଜଣକ ଏହି ଥାନା ବିଛାଖଣ୍ଡି ଅଂଚଳର । ସେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦେହ ବ୍ୟବସାୟ ଚଳାଇ ଆସୁଥିଲା । ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.