ETV Bharat / state

ରାଜୁ ଚାମ୍ପିଆ ହତ୍ୟା ଘଟଣା, ଅଭିଯୁକ୍ତ ପତ୍ନୀକୁ ଗିରଫ କଲା ପୋଲିସ - ଯାଜପୁର ଖବର

ରାଜୁ ଚାମ୍ପିଆ ହତ୍ୟା ଘଟଣାରେ ପତ୍ନୀ ଗିରଫ । ମୃତ ରାଜୁର ପତ୍ନୀ ପୁନି ସାଏକୁ ଗିରଫ କରିଛି ସୁକିନ୍ଦା ପୋଲିସ । ଘଟଣାସ୍ଥଳକୁ ଯାଇ ପୋଲିସକୁ ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସନ ଦେଖାଇଛି ଅଭିଯୁକ୍ତ ମହିଳା । ଅଧିକ ପଢ଼ନ୍ତୁ

ରାଜୁ ଚାମ୍ପିଆ ହତ୍ୟା ଘଟଣା, ଅଭିଯୁକ୍ତ ପତ୍ନୀକୁ ଗିରଫ କଲା ପୋଲିସ

author img

By

Published : Oct 10, 2022, 10:50 PM IST

ଯାଜପୁର: ରାଜୁ ଚାମ୍ପିଆ ହତ୍ୟା ଘଟଣା । ହତ୍ୟା ଘଟଣାରେ ପତ୍ନୀ ଗିରଫ । ସୁକିନ୍ଦା ଥାନା ଅନ୍ତର୍ଗତ ପୁବଳ ଗାଁର ରାଜୁ ଚାମ୍ପିଆ ହତ୍ୟା ଘଟଣା । ଅଭିଯୁକ୍ତ ମହିଳା ତଥା ମୃତ ରାଜୁର ପତ୍ନୀ ପୁନି ସାଏକୁ ଗିରଫ କରିବାରେ ସକ୍ଷମ ହୋଇଛି ସୁକିନ୍ଦା ପୋଲିସ । ଗିରଫ ପରେ ଘଟଣାସ୍ଥଳକୁ ଯାଇ ପୋଲିସକୁ ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସନ କରି ଦେଖାଇଛି ପତ୍ନୀ ପୁନି ସାଏ ।

ସୂଚନା ମୁତାବକ, ଗତ ଅକ୍ଟୋବର ୭ ତାରିଖ (ଶୁକ୍ରବାର) ସକାଳେ ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଦେଇ ଯାଇଥିବା ରେଙ୍ଗାଲି କେନାଲ ନିକଟରୁ କ୍ଷତାକ୍ତ ଅବସ୍ଥାରେ ମିଳିଥିଲା ପୁବଳ ଗାଁର ଗଙ୍ଗାରାମ ଚାମ୍ପିଆଙ୍କ ପୁଅ ରାଜୁ ଚାମ୍ପିଆଙ୍କ ମୃତଦେହ । କେନାଲ ପାଖ ଜଙ୍ଗଲରେ ମୃତଦେହଟି ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ରାଜୁଙ୍କ ଗୁପ୍ତାଙ୍ଗ ଛେଦନ କରାଯାଇ ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲା । ସେପଟେ ରାଜୁକୁ ତାର ସ୍ତ୍ରୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ମୃତକଙ୍କ ବାପା ମାଆ ଓ ପରିବାର ଲୋକେ ଦାବି କରିଥିଲେ । କିନ୍ତୁ ଅଭିଯୁକ୍ତ ସ୍ତ୍ରୀ ଫେରାର ରହିଥିବା ଜଣାପଡ଼ିଥିଲା ।

ରାଜୁ ଚାମ୍ପିଆ ହତ୍ୟା ଘଟଣା, ଅଭିଯୁକ୍ତ ପତ୍ନୀକୁ ଗିରଫ କଲା ପୋଲିସ

ଏହା ମଧ୍ୟ ପଢ଼ନ୍ତୁ...ସୁକିନ୍ଦାରେ ଜଘନ୍ୟ ହତ୍ୟାକାଣ୍ଡ, ସ୍ବାମୀକୁ ହତ୍ୟା ପରେ ଗୁପ୍ତାଙ୍ଗ କାଟି ଦେଲା ସ୍ତ୍ରୀ !

ତେବେ ଗତକାଲି (ରବିବାର) ବିଳମ୍ବିତ ରାତିରେ ଅଭିଯୁକ୍ତ ପୁନି ସାଏକୁ ଗିରଫ କରିବାରେ ସକ୍ଷମ ହୋଇଛି ସୁକିନ୍ଦା ପୋଲିସ । ପୁନି ରାଜୁର 2ୟ ପତ୍ନୀ ହୋଇଥିବା ବେଳେ କୌଣସି ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀକୁ ଅତି ନୃଶଂସ ଭାବରେ ହତ୍ୟା କରିଥିଲା । ପୁନିର କହିବା କଥା ହେଲା ରାଜୁ ତା ସହ ଅଧିକାଂଶ ସମୟରେ କଳିଝଗଡା ଓ ମାଡପିଟ କରୁଥିଲା । ପରିବାର ଚଳାଇବା ପାଇଁ ଟଙ୍କା ପଇସା ଦେଉନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାଜୁକୁ ସେ ହତ୍ୟା କରିଥିବା ପୋଲିସ୍ ନିକଟରେ ସ୍ବୀକାର କରିଛି । ଗତ ଅକ୍ଟୋବର 6 ତାରିଖ ଦିନ ସନ୍ଧ୍ୟାରେ ରାଜୁକୁ ନେଇ ତାର ବାପଘରକୁ ଯାଉଥିଲା । ରାସ୍ତାରେ ନିଛାଟିଆ ଜଙ୍ଗଲ ମଧ୍ୟରେ ରାଜୁକୁ ହତ୍ୟା କରିଥିଲା । କେବଳ ସେତିକି ନୁହେଁ ପୁନି ସ୍ବାମୀ ରାଜୁକୁ ହତ୍ୟା କରିବା ପରେ ମଧ୍ୟ ତାର ରାଗ ଶାନ୍ତ ପଡ଼ିନଥିଲା । ରାଜୁକୁ ହତ୍ୟା କରିବା ପରେ ପୁନି ସ୍ବାମୀର ଗୁପ୍ତାଙ୍ଗ କାଟି ମୃତଦେହ ନିକଟରେ ଫିଙ୍ଗିଦେଇଥିଲା । ଆଉ ଏହାକୁ ପୋଲିସ ନିକଟରେ ସ୍ବୀକାର କରିଛି ମୃତ ରାଜୁର ଦ୍ବିତୀୟ ପତ୍ନୀ ପୁନି ସାଏ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.