ETV Bharat / state

‘ଫନି’ ପ୍ରଭାବ: ଯାଜପୁରରେ 3 ମୃତ

ବାତ୍ୟା ‘ଫନି’ର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା ସହ ପ୍ରବଳ ପବନ । ପ୍ରଭାବରେ ଜିଲ୍ଲାରେ ଗଛ ପଡି ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

author img

By

Published : May 3, 2019, 9:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ବାତ୍ୟା ‘ଫନି’ର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା ସହ ପ୍ରବଳ ପବନ । ପ୍ରଭାବରେ ଅନେକ ସ୍ଥାନରେ ବିଶାଳ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍‌ ସରବରାହ ମଧ୍ୟ ବନ୍ଦ ରହିଛି । ତେବେ ଜିଲ୍ଲାରେ ଏନେଇ ଗଛ ପଡି ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

ମୃତକ ତିନି ଜଣଙ୍କ ମଧ୍ୟରୁ ଯାଜପୁର ସଦର ବ୍ଲକ ସୁଜନପୁର ଗ୍ରାମର ରଘୁନାଥ ପରମାଣିକଙ୍କ ପୁଅ କଳ୍ପତରୁ ପରମାଣିକ ଓ ବିଞ୍ଝାରପୁର ବ୍ଲକ କଣ୍ଟିପୁର ଗ୍ରାମର ଗୌରାଙ୍ଗ ଦାସଙ୍କର ଗଛ ପଡି ମୃତ୍ୟୁ ହୋଇଛି । ସେହିପରି କୋରେଇ ବ୍ଲକ ମକୁନ୍ଦପୁର ଗ୍ରାମର ବାବାଜୀ ଖଟୁଆଙ୍କର ଗଛ ଉପୁଡିବା ଦେଖି ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ତିନି ଜଣଙ୍କ ମୃତ୍ୟୁର ତଦନ୍ତ କରାଯାଇ ପୃଥକ ପୃଥକ ରିପୋର୍ଟ ପ୍ରଦାନ ପାଇଁ ବିଞ୍ଝାରପୁର, ଯାଜପୁର ଓ କୋରେଇ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଫୋନି ବାତ୍ୟା ଜନିତ ଦୁର୍ଘଟଣା ରେ ପୃଥକ ପୃଥକ ଦୁଇଟି ସ୍ଥାନରେ ଗଛପଡି ଦୁଇ ମୃତ ,ମୃତକ ମାନେ ହେଲେ ଯାଜପୁର ସଦର ବ୍ଲକ ସୁଜନପୁର ଗ୍ରାମର କଳ୍ପତରୁ ପରମାଣିକ ଓ ବିଞ୍ଝାରପୁର ବ୍ଲକ କଣ୍ଟିପୁର ଗ୍ରାମର ଗୌରାଙ୍ଗ ଦାସ। ସେହି ପରି ଫୋନିର ପ୍ରଭାବରେ କୋରେଇ ବ୍ଲକ ମକୁନ୍ଦପୁର ଗ୍ରାମରେ ଆଉ ଏକ ଅଘଟଣ, ଘର ନିକଟରେ ଏକ ବଡ଼ ଗଛ ଉପୁଡିବା ଦେଖି ଜଣେ ବ୍ୟକ୍ତିଙ୍କର ହୃଦଘାତ ରେ ମୃତ୍ୟୁ, ମୃତକଙ୍କ ନାମ ବାବାଜୀ ଖଟୁଆ। ତେବେ ତିନି ଜଣ ମୃତ୍ୟୁ ସମ୍ପର୍କରେ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ବିଂଝାରପୁର,ଯାଜପୁର ଆଉ କୋରେଇ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ।

Body:bite

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.