ETV Bharat / state

୨ ବର୍ଷ ହେବ ପରୀକ୍ଷାରୁ ବଞ୍ଚିତ PG ଛାତ୍ରଛାତ୍ରୀ, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ

author img

By

Published : Jul 27, 2021, 5:53 PM IST

ନାମଲେଖାର 2ବର୍ଷ ପରେ ମଧ୍ୟ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟ ଦୋଷ ଦେଇ ନିରବ କଲେଜ କର୍ତ୍ତୁପକ୍ଷ । ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

୨ ବର୍ଷ ହେଲାଣି ପରୀକ୍ଷାରୁ ବଞ୍ଚିତ PG ଛାତ୍ରଛାତ୍ରୀ , ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି

ଯାଜପୁର: ଦୀର୍ଘ ୩ ବର୍ଷ ଧରି PG ପରୀକ୍ଷାରୁ ବଞ୍ଚିତ ଦଶରଥପୁର ବ୍ଲକ ଅଧିନସ୍ଥ ଚିତାଳ ମହାବିଦ୍ୟାଳୟର ସ୍ନାତକତ୍ତୋର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ,୨୦୧୭-୧୮ ରେ ନୂଆକରି PG ପାଠ୍ୟକ୍ରମ ଖୋଲିଥିବା ଚିତାଳ ମହାବିଦ୍ୟାଳୟରେ ଫିଜିକ୍ସ ଏବଂ ଓଡ଼ିଆରେ ନାମ ଲେଖାଇଥିଲେ ଛାତ୍ରଛାତ୍ରୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁଇ ବିଭାଗରେ ପ୍ରତିବର୍ଷ ୩୨ ଜଣ ଲେଖାଏଁ ନାମ ଲେଖାଇ ଥିଲେ ମଧ୍ୟ ଆଜି ଯାଏ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି ।

ମୋଟା ଅଙ୍କର ଟଙ୍କା ନେଇ ନାମ ଲେଖାଇଥିଲେ ସୁଦ୍ଧା ଏବେ ବିଶ୍ବ ବିଦ୍ୟାଳୟର ଦୋଷ ଦେଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କଲେଜ କର୍ତ୍ତୁପକ୍ଷ । ପୁର୍ବରୁ ଛାତ୍ରଛାତ୍ରୀ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିବା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏହାର କୌଣସି ସୁଫଳ ନମିଳିବାରୁ ପୁନର୍ବାର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନ୍ୟାୟ ଭିକ୍ଷା କରିଥିବା ଜଣାପଡିଛି। ୩ ସପ୍ତାହ ମଧ୍ୟରେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.