ETV Bharat / state

ଯାଜପୁରବାସୀଙ୍କ ସ୍ଥାୟୀ ଲୋକ ଅଦାଲତ ଉଦଘାଟିତ, ମିଳିବ ନିଶୁଳ୍କ ସେବା

ବ୍ଲକ ପରିସରରେ ସ୍ଥାୟୀ ଲୋକ ଅଦାଲତ ଉଦଘାଟିତ ହୋଇଯାଇଛି । ଏହାକୁ ଜଷ୍ଟିସ୍ ସଂଜୁ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କୋର୍ଟରେ ବିଚାରପତି ଭାବେ ଅମୀୟ କୁମାର ସାହୁ ନିଯୁକ୍ତି ପାଇଛନ୍ତି । ଏହି କୋର୍ଟଟି ଲୋକ ଉପଯୋଗୀ ସେବା ଓ କୌଣସି ପ୍ରାକ୍ ମକଦ୍ଦମା ସ୍ତରରେ ଥିବା ବିବାଦର ଆପୋଶ ସମାଧାନ ପାଇଁ ଗଠିତ ହୋଇଛି।

author img

By

Published : Mar 8, 2019, 6:18 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ଯାଜପୁର: ବ୍ଲକ ପରିସରରେ ସ୍ଥାୟୀ ଲୋକ ଅଦାଲତ ଉଦଘାଟିତ ହୋଇଯାଇଛି । ଏହାକୁ ଜଷ୍ଟିସ୍ ସଂଜୁ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କୋର୍ଟରେ ବିଚାରପତି ଭାବେ ଅମୀୟ କୁମାର ସାହୁ ନିଯୁକ୍ତି ପାଇଛନ୍ତି । ଏହି କୋର୍ଟଟି ଲୋକ ଉପଯୋଗୀ ସେବା ଓ କୌଣସି ପ୍ରାକ୍ ମକଦ୍ଦମା ସ୍ତରରେ ଥିବା ବିବାଦର ଆପୋଶ ସମାଧାନ ପାଇଁ ଗଠିତ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଯାଜପୁର
ଆବେଦନକାରୀମାନେ ଦରଖାସ୍ତ କରିବା ପାଇଁ କୌଣସି ଶୁଳ୍କ ଦେବା ପାଇଁ ପଡିବ ନାହିଁ ବୋଲି ଜଣାପଡିଛି । ରେଳପଥ, ଜଳପଥ, ସଡ଼କପଥ ଦ୍ୱାରା ଯାତ୍ରା ଓ ସାମଗ୍ରୀ ପରିବହନ ସେବା, ଡ଼ାକ, ତାରସେବା ଶକ୍ତି, ବିଜୁଳି, ଜଳଯୋଗାଣ, ପରିମଳ, ସ୍ୱାସ୍ଥ୍ୟ, ବୀମା, ଶିକ୍ଷା, ବାସ୍ତବ ଭୂସମ୍ପତ୍ତି ସମନ୍ଧୀୟ, ବ୍ୟାଙ୍କ ଓ ଆର୍ଥିକ ସମ୍ବନ୍ଧୀୟ ସେବା, ଗ୍ୟାସ, ଆଧାରକାର୍ଡ, ରାସନକାର୍ଡ଼, ଭୋଟ ପରିଚୟପତ୍ର, ବିପିଏଲ୍ କାର୍ଡ଼, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ ଯୋଜନା ୨୦୦୫ ଅଧୀନରେ ଥିବା ସେବା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବେକାରୀ ଭତ୍ତା, ମୋବାଇଲ୍, ଇଣ୍ଟରନେଟ୍ ସେବା, ଲୋକ ଉପଯୋଗୀ ସମ୍ବନ୍ଧୀୟ ବିବାଦ, ସାଲିଶ୍ ବିହୀନ ଫୌଜଦାରୀ ଆଦି ମାମଲା ଗୁଡ଼ିକ ସ୍ଥାୟୀ ଲୋକ ଅଦାଲତରେ ଫଇସଲା କରାଯାଇପାରିବ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣର ମେମ୍ବର ସେକ୍ରେଟାରୀ ଦେବାଶିଷ ନାୟକ, ଜିଲ୍ଲା ଜଜ୍ ବିରଞ୍ଚି ନାରାୟଣ ମିଶ୍ର, ପରିବାର ଅଦାଲତ ଜଜ୍ ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଶାନ୍ତ କୁମାର ନାୟକ, ସିଜେଏମ୍ ରାଜେଶ ନାୟାର, ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.