ETV Bharat / state

ଶିଳ୍ପଜିଲ୍ଲାରେ ରାସ୍ତା ଅବସ୍ଥା ଶୋଚନୀୟ, ପ୍ରଶାସନର ନିଘା ନାହିଁ - ବ୍ୟାସନଗର ସହର ରାସ୍ତା ପାଲଟିଛି ମରଣଯନ୍ତ୍ରା

ଯାଜପୁରର ଶିଳ୍ପ ବହୁଳ ଅଞ୍ଚଳର ମୁଖଶାଳା ବ୍ୟାସନଗରର ରାସ୍ତା ପାଲଟିଛି ମରଣଯନ୍ତ୍ରା । ପାର୍ବଣ ଋତୁ ଚାଲିଥିବା ବେଳେ ରାସ୍ତାକୁ ମରାମତି କରିବାକୁ ଦାବି । ଅଧିକ ପଢନ୍ତୁ

ବ୍ୟାସନଗର ରାସ୍ତା ପାଲଟିଛି ମରଣଯନ୍ତ୍ରା
ବ୍ୟାସନଗର ରାସ୍ତା ପାଲଟିଛି ମରଣଯନ୍ତ୍ରା
author img

By ETV Bharat Odisha Team

Published : Oct 11, 2023, 9:38 PM IST

ବ୍ୟାସନଗର ରାସ୍ତା ପାଲଟିଛି ମରଣଯନ୍ତ୍ରା

ଯାଜପୁର: ବ୍ୟାସନଗରରୁ ଶିଳ୍ପାଞ୍ଚଳ କଳିଙ୍ଗନଗର 20ନଂ ଜାତୀୟ ରାଜପାଥ ପାଲଟିଛି ଲୋକଙ୍କ ପାଇଁ ମରଣଯନ୍ତା । ରାଜ୍ୟ ସରକାର ସହରର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସାଙ୍ଗକୁ ସହରକୁ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ଯୋଜନା ରୂପାୟନ କରୁଛନ୍ତି । ମାତ୍ର ଏହାର ସୁଫଳ ପାଉନାହାନ୍ତି ବ୍ୟାସନଗରବାସୀ । ଏଠାରେ ବର୍ଷ ବର୍ଷ ଧରି ମରାମତି ହେଉନି ସହରର ମୁଖ୍ୟ ରାସ୍ତା । ଯେଉଁଥିପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସହରରେ ଥିବା ସମସ୍ତ ରାସ୍ତାରେ ସୃଷ୍ଟି ହୋଇଛି ବଡ଼ବଡ଼ ଖାଲ । ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସବୁଠି ବାରମ୍ବାର ଅଭିଯୋଗ କଲାପରେ ବି ସମସ୍ୟାର ସମାଧାନ ହେଉନିଥିବା ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି । ସେପଟେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗ ଓ ପୌର ପରିଷଦ ମଧ୍ୟରେ ଟଣା ଘୋଷରାରେ ଅତିଷ୍ଠ ହେଇପଡିଛନ୍ତି ସହରବାସୀ ।

ବ୍ୟବସାୟୀ ସୁଭାଶିଷ ରାଉତ କହିଛନ୍ତି, ‘‘ରାଜ୍ୟର ଅଗ୍ରଣୀ ଜିଲ୍ଲା ଯାଜପୁରର ଶିଳ୍ପ ବହୁଳ ଅଞ୍ଚଳର ମୁଖଶାଳା ବ୍ୟାସନଗର ସହର । ହେଲେ ସହର ଉନ୍ନତି ପାଇଁ ନା ଜିଲ୍ଲା ପ୍ରଶାସନ ନା ସରକାର କେହି ଆଗ୍ରହୀ ନୁହଁନ୍ତି । ରାସ୍ତା ସାରା ଯୁଆଡେ ଦେଖିବେ ଖାଲ ଖମାରେ ଭର୍ତ୍ତି । ଟିକିଏ ବର୍ଷାରେ ବି ରାସ୍ତାରେ ଢେଉ ଖେଳୁଛି ପାଣି । ବ୍ୟାସନଗର ସହରରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାସ କରୁ ଥିବାବେଳେ ଶିଳ୍ପାଞ୍ଚଳକୁ ନେଇ ପାଖାପାଖି ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଏହି ସହର ଉପରେ ନିର୍ଭରଶୀଳ । ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ, ବିଭିନ୍ନ ସ୍କୁଲ କଲେଜ,ବଡ଼ ବଡ଼ ହୋଟେଲ ଓ ସରକାରୀ ଅଫିସ ଗୁଡିକ ଏହି ସହରରରେ ଅବସ୍ଥିତ ।’’

ସହର ବାସିନ୍ଦା ଉମାକାନ୍ତ ରାଉତ କହିଛନ୍ତି, ‘‘ରାସ୍ତା ସମସ୍ୟା ଯୋଗୁ ଅନେକ ସମୟରେ ଟ୍ରାଫିକ ଜାମ୍ ଯୋଗୁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଠିଆ ହେଇ ରହୁଛି ଟ୍ରକ ଓ ଆମ୍ବୁଲାନ୍ସ । ଖରାପ ରାସ୍ତାର କାରଣରୁ ବିଭିନ୍ନ ସମୟରେ ଭୟଙ୍କର ଦୁର୍ଘଟଣାର ଶିକାର ହେଇଛନ୍ତି ସାଧାରଣ ଜନତା । ଶିଳ୍ପାଞ୍ଚଳ ସମେତ କେନ୍ଦୁଝର ଓ ଢେଙ୍କାନାଳ ଦୁଇ ଜିଲ୍ଲାକୁ ଏହି ରାସ୍ତା ସଂଯୋଗ କରୁଛି । ପାର୍ବଣ ଋତୁ ଚାଲିଥିବା ବେଳେ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାକୁ ମରାମତି କରନ୍ତୁ । ’’

ଏହା ମଧ୍ୟ ପଢନ୍ତୁ...ବିପଦ ସଙ୍କୁଳ ଅବସ୍ଥାରେ ମାନପୁର ଓଭବ୍ରିଜ ! ଅଧାପନ୍ତରିଆ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସାରିବାକୁ ଦାବି

ବ୍ୟାସନଗର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର କହିଛନ୍ତି, ‘‘ଏହି ଜାତୀୟ ରାଜପଥ ପୂର୍ତ୍ତ ବିଭାଗ ଅଧିନରେ ଯାଉଛି । ରାସ୍ତାର ସମସ୍ୟା ନେଇ ଆମେ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛୁ । ତୁରନ୍ତ ମରମତି ଓ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ପୂର୍ତ୍ତ ବିଭାଗ ସୂଚନା ଦେଇଛି ।’’

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.