ETV Bharat / state

ନିୟମ କୋହଳ ପରେ କେତେ ସଚେତନ ବ୍ୟାସନଗରର ଲୋକେ ? - ଟ୍ରାଫିକ୍ ନିୟମ କୋହଳ ପରେ କେତେ ସଚେତନ ବ୍ୟାସନଗରର ଲୋକେ

ନୂଆ ମଟର ଯାନ କୋହଳ ହେବା ପରେ କେମିତି ଚାଲିଛି ଯାଜପୁର ବ୍ୟାସନଗରର ଚେକିଂ...ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 21, 2019, 10:17 PM IST

ଯାଜପୁର: ସାରା ଦେଶରେ ବଢି ଚାଲିଥିବା ଭୟଙ୍କର ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂଆ ମଟର ଯାନ ଆଇନ ପ୍ରଣୟନ କରିଛନ୍ତି । ଲୋକଙ୍କୁ ଟ୍ରାଫିକ୍ ସଚେତନ କରିବା ପାଇଁ ଏହି କଡା ନିୟମ ପ୍ରଣୟନ କରାଯାଇଛି ବୋଲି ସରକାର ସଫେଇ ଦେଇଛନ୍ତି । ମୋଟା ଅଙ୍କର ଫାଇନ ସହ ଲୋକଙ୍କୁ ସମୟ ନଦେବା କାରଣରୁ ଆଇନ ପ୍ରଚଳନକୁ ନେଇ ପୋଲିସ-ପବ୍ଲିକ ମୁହାଁମୁହିଁ ମଧ୍ୟ ହୋଇଥିଲେ । ଆଉ ଏହି ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ସରକାର ତିନିମାସ ପାଇଁ ନିୟମକୁ କୋହଳ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ହେଲେ ସେହି ଲୋକମାନେ ଏବେ ନିୟମ କୋହଳର ଜୋରଦାର ଫାଇଦା ନେଉଛନ୍ତି । କେଉଁଠି ବିନା ସିଟ ବେଲ୍ଟରେ ଗାଡି ଚାଲିଲାଣି ତ ଆଉ କେଉଁଠି ଗୋଟିଏ ମୋଟର ସାଇକେଲରେ ମନ ଇଛା ତିନିରୁ ଅଧିକ ବସି ଯିବା ଆସିବା କରୁଛନ୍ତି । ଲୋକଙ୍କ ଏହି ଅସାବଧାନତାକୁ ରୋକିବା ପାଇଁ ସରକାର କଡା ଆଇନ ପ୍ରଣୟନ କରିଥିଲେ ସେହି କାମ ଏବେ ରାଜରାସ୍ତାରେ ଚାଲିଛି । ନା ହେଲମେଟ, ନା ସିଟବେଲ୍ଟ । ପୁଣି ବିପଦପୂର୍ଣ୍ଣ ଭାବେ ମୋବାଇଲ ଫୋନରେ କଥା ହୋଇ ବାଇକ ଚଳାଉଛନ୍ତି ।

ଯାଜପୁର ଜିଲ୍ଲା ବ୍ୟାସନଗର ସହରାଞ୍ଚଳରେ ଏବେ ଲୋକସଂଖ୍ୟା ପ୍ରାୟ ଲକ୍ଷେ ଟପିଲାଣି । ସେହି ଅନୁସାରେ ଗାଡି ସଂଖ୍ୟା ବଢିଚାଲିଛି । ରାସ୍ତାଘାଟ ଓ ଟ୍ରାଫିକ ସମସ୍ୟା ବି ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି । ଏସବୁ ସତ୍ତ୍ବେ ଗାଡି ଚଳାଇବା ସମୟରେ ବେପରୁଆ ହୋଇଯାଇଛନ୍ତି ଲୋକମାନେ । ସରକାର ନିୟମ କୋହଳ କରିବା ପରେ ଏହାର କୁପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଛି । ଲୋକଙ୍କୁ ସଚେତନ କରିବା ପାଇଁ ଏବେ ଜିଲ୍ଲା ରେ ଅନେକ ସ୍ବେଚ୍ଛାସେବୀ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରୁଛନ୍ତି । ତଥାପି ଲୋକେ ସଚେତନ ହେବା ବଦଳରେ ବିପଦକୁ ଆମନ୍ତ୍ରଣ କରୁଛନ୍ତି ।

ଅନ୍ୟପେଟ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ କହିଛନ୍ତି ଆଇନ କୋହଳ ହୋଇଥିଲେ ମଧ୍ୟ ଆମର ନିୟମିତ ଯାଞ୍ଚ ଚାଲିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.