ETV Bharat / state

ପାଟପୁର ଗାଁ ଗଣଦୁଷ୍କର୍ମ ମାମଲା, ୨୦ ବର୍ଷ ଜେଲ ସହ ୫୦ ହଜାର ଜରିମାନା - ୨୦ ବର୍ଷ ଜେଲ ସହ ୫୦ ହଜାର ଜରିମାନା

ପାଟପୁର ଗାଁରେ ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ହୋଇଛି । ଅଧିକ ପଢନ୍ତୁ

ପାଟପୁର ଗାଁ ଗଣଦୁଷ୍କର୍ମ ମାମଲା, ୨୦ ବର୍ଷ ଜେଲ ସହ ୫୦ ହଜାର ଜରିମାନା

author img

By

Published : Apr 16, 2022, 8:22 PM IST

ଯାଜପୁର: ସୁକିନ୍ଦା ଥାନା ପାଟପୁର ଅଞ୍ଚଳରେ ଗତ ୨୦୧୯ ମସିହାରେ ହୋଇଥିବା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ବେହେରାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କଲେ ଯାଜପୁର ରୋଡ଼ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୧୦ ଜଣ ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସୂଚନା ମୁତାବକ ଗତ ୨୧.୦୪.୨୦୧୯ ତାରିଖରେ ସବ୍ୟସାଚୀ ବେହେରା ସୁକିନ୍ଦା ଥାନା ପାଟପୁର ଛକରେ ଏକ ବୋଲେରୋ ଗାଡି ରଖି ପାନ ଦୋକାନକୁ ସଫଲ ଖାଇବାକୁ ଯାଇଥିଲା । ଏହି ସମୟରେ ଜନୈକ ଦୋକାନୀ ଝିଅକୁ ସଫଲ ମାଗିଥିଲା । ସବ୍ୟସାଚୀକୁ ସଫଲ ଦେବାକୁ ହାତ ବଢ଼େଇବା ବେଳେ ସେ ତାକୁ ଘୋଷାରି ଆଣି ବୋଲେରୋ ଗାଡ଼ିରେ ଜୋର ଜବରଦସ୍ତ ବସାଇ ଆଣିଥିଲା ।

ପାଟପୁର ଗାଁ ଗଣଦୁଷ୍କର୍ମ ମାମଲା, ୨୦ ବର୍ଷ ଜେଲ ସହ ୫୦ ହଜାର ଜରିମାନା

ବିଭିନ୍ନ ସ୍ଥାନରେ ବୁଲାଇ ଶେଷରେ ଯାଜପୁର ରୋଡ ଥାନା ଧବଳଗିରିସ୍ଥିତ ଏକ ଘରୋଇ ଆଇଟିଆଇ ସେଣ୍ଟରରେ ରଖି ସେ ଆଉ ତା’ର ସହଯୋଗୀ ଗଣ ଦୁଷ୍କର୍ମ କରିଥିଲେ । ଏହି ଘଟଣାର ଆଜି(ଶନିବାର) ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମାନସ କୁମାର ପଣ୍ଡା ଶୁଣାଣି କରିଛନ୍ତି । ସୁକିନ୍ଦା ଥାନା କେସ ନମ୍ବର ୧୧୭/୨୦୧୯ ଦଫା ୩୭୬ (ଡି)୩୬୬ ଆଇପିସିରେ ଶୁଣାଣି କରି ୨୦ ବର୍ଷ ଜେଲ ସହିତ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ କେଶକୁ ଯାଜପୁର ରୋଡ କୋର୍ଟର ସରକାରୀ ଓକିଲ ରଜତ କୁମାର ରାଉତ ପରିଚାଳନା କରୁଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.