ଯାଜପୁର: ବଡଚଣା ଛକ ନିକଟରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ତଳକୁ ପଲଟିଲା ବସ୍ । 15ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ । ଗୁରୁତର 7ଜଣ ଯାତ୍ରୀଙ୍କୁ କଟକ ଏସସିବି(SCB) ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଭୁବନେଶ୍ବରରୁ ରାଇରଙ୍ଗପୁରର ଜାମୁଦା ଅଭିମୁଖେ ଜୟଦୁର୍ଗା ନାମକ ଏକ ବସ୍ ଯାତ୍ରା କରିବା ସମୟରେ ବଡଚଣା ଛକ ନିକଟରେ ଭାରସାମ୍ୟ ହରାଇ ତଳକୁ ପଲଟିଯାଇଥିଲା । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଖବରପାଇ ଅଗ୍ନିଶମ ବାହିନୀ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାରକରି ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ 7ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । କ୍ରେନ୍ ଦ୍ବାରା ବସକୁ ଉପରକୁ ଉଠାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ