ଯାଜପୁର: ଯାଜପୁରର ଗର୍ବ ଏବଂ ଗୌରବ ପଦ୍ମଶ୍ରୀ ଗୁରୁ ତଥା ବିଶିଷ୍ଟ ସମାଜସେବୀ ନନ୍ଦ କିଶୋର ପୃଷ୍ଟିଙ୍କ ଶେଷକୃତ୍ୟ ସମ୍ପନ୍ନ(Padma Shri Nanda Kishor Prusti Cremation Ceremony) ହୋଇଛି । ଜିଲ୍ଲା ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହାଶ୍ମଶାନରେ ଶତାୟୁ ପୁରୁଷ ନନ୍ଦ ସାରଙ୍କ ଅନ୍ତିମ ସତ୍କାର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:- Nanda Sir Demise: କାନ୍ଦୁଛି କନ୍ତିଆ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର
ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯାଇଛି । କୋଭିଡର ସମସ୍ତ କଟକଣା ମଧ୍ୟରେ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଛି । ସାନପୁଅ ନିରଞ୍ଜନ ପୃଷ୍ଟି ମୁଖାଗ୍ନି ଦେଇଛନ୍ତି । ଶେଷକୃତ୍ୟ ସମୟରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ରାହୁଲ ପିଆରଙ୍କ ସମେତ ବହୁ ସରକାରୀ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ ।
ମଙ୍ଗଳବାର କୋଭିଡରେ ଆକ୍ରାନ୍ତ ହୋଇ 104 ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ପଦ୍ମଶ୍ରୀ ନନ୍ଦ ସାର ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ