ETV Bharat / state

ଭିଟାମାଟିରେ ପହଞ୍ଚିଲେ ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେ: ଗାଁରେ ଖୁସିର ଲହରୀ, ଛୁଟୁଛି ସମ୍ବର୍ଦ୍ଧନାର ସୁଅ - ଯାଜପୁର ଖବର

ଯାଜପୁରରେ ପହଞ୍ଚିଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି । ପାଛୋଟି ନେଲେ ଲୋକେ । ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କଲେ ବୁଦ୍ଧିଜୀବି । ଅଧିକ ପଢନ୍ତୁ...

ଭିଟାମାଟିରେ ପହଞ୍ଚିଲେ ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେ: ଗାଁରେ ଖୁସିର ଲହରୀ, ଛୁଟୁଛି ସମ୍ବର୍ଦ୍ଧନାର ସୁଅ

author img

By

Published : Nov 11, 2021, 7:54 PM IST

ଯାଜପୁର: ନିଜ ଭିଟାମାଟିରେ ପହଞ୍ଚିଲେ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି । ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହେବା ପରେ ପୁରା ରାଜ୍ୟ ପାଇଁ ସେ ଗୌରବ ଆଣିଥିଲେ । ସେ ଦିଲ୍ଲୀରୁ ଆଜି(ଗୁରୁବାର) ଯାଜପୁର ବ୍ୟାସନଗରସ୍ଥିତ ଦଳା ଛକରେ ପ୍ରଥମେ ପହଞ୍ଚି ଥିଲେ । ତେବେ ସେଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ସ୍ଥାନୀୟ ବୁଦ୍ଧିଜୀବୀ । ସେପଟେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପାଇବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କରି ଖୁସି ବ୍ୟକ୍ତ କରିଛନ୍ତି ପଦ୍ମଶ୍ରୀ ନନ୍ଦ ପୃଷ୍ଟି।

ଭିଟାମାଟିରେ ପହଞ୍ଚିଲେ ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେ: ଗାଁରେ ଖୁସିର ଲହରୀ, ଛୁଟୁଛି ସମ୍ବର୍ଦ୍ଧନାର ସୁଅ

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗାଁର ବାସିନ୍ଦା 104 ବର୍ଷୀୟ ନନ୍ଦ କିଶୋର ପୃଷ୍ଟି । ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ସେ ପରିଚିତ । ସେ ଦୀର୍ଘ 82 ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସିଛନ୍ତି। ତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରିଥିଲେ । ଗତ ୯ ତାରିଖରେ ଶିକ୍ଷା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.