ETV Bharat / state

ଓଲଟିଲା ଆଳୁ ବୋଝେଇ ଟ୍ରକ୍, ବୋହି ନେଲେ ଲୋକେ

ରାସ୍ତାକଡରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍‌ । ଘଟଣାସ୍ଥଳରେ ଚାଳକ ଜଣକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଆଳୁ ବୋଝେଇ ଟ୍ରକ୍‌ ଦୁର୍ଘଟଣା ଗସ୍ତ ଯୋଗୁଁ ବସ୍ତାବସ୍ତା ଆଳୁ ବୋହି ନେଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଆଳୁ ନେବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ

author img

By

Published : Sep 7, 2021, 7:56 PM IST

ଯାଜପୁର: ରାସ୍ତା କଡ଼କଡରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍‌ । ଆଉ ଟ୍ରକ୍ ଓଲଟିବା ଦେଖି ସ୍ଥାନୀୟ ଲୋକେ ବସ୍ତା ବସ୍ତା ଆଳୁ ବୋହି ଖାଲି କରିଦେଲେ ଟ୍ରକ୍‌ । ଯିଏ ଯେଉଁ ଉପାୟରେ ପାରିଲେ ବୋହି ନେଇଗଲେ ବସ୍ତା ବସ୍ତା ଆଳୁ ।

ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଆଳୁ ନେବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ

ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆ ଅଞ୍ଚଳରେ । ସୂଚନାନୁସାରେ ଆଳୁ ଟ୍ରକଟି ୧୬ ନମ୍ବର ଜାତୀୟ ରାଜପଥ ଦେଇ କଟକ ଅଭିମୁଖେ ଯାଉଥିବା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଭାରସାମ୍ୟ ହରାଇ ଆଳୁ ବୋଝେଇ ଟ୍ରକଟି ଓଲଟି ପଡିଥିବା ଦେଖିବାକୁ ମିଳିଛି ।

ତେବେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଆଳୁ ବୋଝେଇ ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଅଳ୍ପକେ ଟ୍ରକ୍‌ ଡ୍ରାଇଭର ଜଣକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଟ୍ରକରେ ଯାଉଥିବା ଆଳୁ ରାସ୍ତା କଡରେ ଢାଳି ହୋଇ ଯାଇଥିଲା । ଫଳରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆଳୁ ବୋହି ନେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.