ସିରସା: ଦୀପାବଳିରେ ଉତ୍ସବମୁଖର ଦେଶ । କିଛି ସ୍ଥାନରେ 31 ତାରିଖ ଅର୍ଥାତ୍ ଗତକାଲି ଦୀପାବଳି ପାଳନ ହୋଇଥିବାବେଳେ ଆଉ କେତେକ ସ୍ଥାନରେ ଆଜି ପାଳନ କରାଯାଉଛି । ଏହାରି ଭିତରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ହରିୟାଣାରେ ଦୀପାବଳି ପାଳିଛନ୍ତି ପାକିସ୍ତାନ ସାଂସଦ । ଆଜି (ଶୁକ୍ରବାର) ହରିୟାଣାର ସିରସା ଜିଲ୍ଲାରେ ପାକିସ୍ତାନ ସାସଂଦ ଅବଦୁଲ ରେହମାନଙ୍କୁ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଭାରତ ପାକିସ୍ତାନ ସମ୍ପର୍କ ଆଗକୁ ସୁଦୃଢ ହେବ ବୋଲି ଚର୍ଚ୍ଚା ବଢିଛି ।
ଦୀପାବଳି ପାଳିବାକୁ ପାକିସ୍ତାନ ସାଂସଦଙ୍କୁ ନିମନ୍ତ୍ରଣ:
ପାକିସ୍ତାନ ସାଂସଦ ଅବଦୁଲ ରେହମାନ ହରିୟାଣାର ସିରସା ଜିଲ୍ଲା ଗସ୍ତରେ ଆସିଥିଲେ। ଇଣ୍ଡିଆନ ନ୍ୟାସନାଲ ଲୋକଦଳ ପକ୍ଷରୁ ଆଦିତ୍ୟ ଦେବୀଲାଲ ଚୌଟାଲା ଏବଂ ଅର୍ଜୁନ ଚୌଟାଲାଙ୍କ ସ୍ବାଗତ ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ସାଂସଦ ଅବଦୁଲ ରେହମାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇଣ୍ଡିଆନ ନ୍ୟାସନାଲ ଲୋକଦଳ ନେତା ଅଭୟ ଚୌଟାଲା ତାଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ ।
କିଏ କରିଥିଲେ ନିମନ୍ତ୍ରଣ?
ଇନେଲୋ ନେତା ଅଭୟ ଚୌଟାଲା କହିଛନ୍ତି, "ପାକିସ୍ତାନରୁ ଆମ ସହ ଦୀପାବଳିରେ ସାମିଲ ହେବାକୁ ଆସିଛନ୍ତି ସାଂସଦ ଅବଦୁଲ ରେହମାନ। ମୁଁ ଫୋନେ ଯୋଗେ ତାଙ୍କୁ ଆମନ୍ତ୍ରଣ କରିଥିଲି। ବହୁତ ଦିନ ହେବ ଆମେ ସାକ୍ଷାତ ହୋଇପାରିନଥିଲୁ । ତେଣୁ ମୁଁ କହିଥିଲି ଯେ, ଆପଣ ଅର୍ଜୁନର ନିର୍ବନ୍ଧରେ ଆସିଥିଲେ । ଏହାପରେ ଆଉ ଆସିନାହାନ୍ତି । ଏଥର ଆପଣ ଦୀପାବଳି ପାଳନ କରିବାକୁ ଆମ ନିକଟକୁ ଆସନ୍ତୁ ।"
ଏମିତି କହିଲେ ପାକିସ୍ତାନ ସାଂସଦ :
'ଅର୍ଜୁନ ଚୌଟାଲା ଏବଂ ଆଦିତ୍ୟ ଚୌଟାଲାଙ୍କ ନିମନ୍ତ୍ରଣ ରକ୍ଷା କରି ମୁଁ ଆସିଛି' ବୋଲି କହିଛନ୍ତି ସାଂସଦ ଅବଦୁଲ ରେହମାନ। ସୂଚନା ଅନୁସାରେ, ନିକଟରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନରେ ଇଣ୍ଡିଆନ ନ୍ୟାସନାଲ ଲୋକଦଳ ପକ୍ଷରୁ ଅଭୟ ଚୌଟାଲା ଓ ତାଙ୍କ ପୁଅ ଅର୍ଜୁନ ଚୌଟାଲା ବାଜିମାତ କରିଛନ୍ତି । ସେମାନଙ୍କ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପାକିସ୍ତାନ ସାସଂଦ ଅବଦୁଲ ରେହମାନ ।
ଏହା ବି ପଢନ୍ତୁ...ଭାରତ-ଆମେରିକା ସମ୍ପର୍କ, ରହିଛି ଏହିସବୁ ପ୍ରତିବନ୍ଧକ - Indo US Relation
ଏହା ବି ପଢନ୍ତୁ...ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି, ମିଠା ଖୁଆଇ ଶୁଭକାମନା ଜଣାଇଲେ
ଏହା ବି ପଢନ୍ତୁ...ଭାରତର ସଙ୍କଟଗ୍ରସ୍ତ ପଡୋଶୀ - Indias troubled neighborhood