ଯାଜପୁର: ଭୁବନେଶ୍ବରରେ ଓଏଏସ୍ ଅଧିକାରୀଙ୍କ ଘରେ ନାବାଳିକା ଦୁଷ୍କର୍ମ ଘଟଣା ସଂପର୍କରେ ଯାଜପୁର ଏସପିଙ୍କୁ ଭେଟିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜଧାନୀ ଭୁବନେଶ୍ବରର ଶୈଳଶ୍ରୀବିହାର ଅଞ୍ଚଳରେ ଓଏଏସ୍ ଅଧିକାରୀଙ୍କ ଘରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା । ଗତ ସେପ୍ଟେମ୍ବର ମାସରେ ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ସାଜିଥିଲା । ଏହି ଘଟଣାକୁ ନେଇ ଯାଜପୁର ଏସପିଙ୍କୁ ଭେଟିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତାଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ସେ ଏସ.ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଦଣ୍ଡିତ କରାଯିବ ବୋଲି ଏସପି ଅଧ୍ୟକ୍ଷାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ସେପଟେ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନିଆଯାଇ ତଦନ୍ତ ଚାଲୁ ରହିଥିବା ୟୁନିଟ୍ର ଲିଗାଲ୍ ଅଫିସର ବା ଆଇନ ଅଧିକାରୀ କହିଛନ୍ତି । ଏହି ଘଟଣା ସଂପର୍କରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହେବାପରେ ଘଟଣାଟିକୁ ସାମ୍ନାକୁ ଆସିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ