ETV Bharat / state

ବ୍ରାଉନ ସୁଗାର ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ, ଜଣେ ଗିରଫ

author img

By

Published : Aug 29, 2022, 10:15 PM IST

ବ୍ରାଉନ ସୁଗାର ଚୋରା ଚାଲାଣ ବେଳେ ଯାଜପୁର ଅବକାରୀ ବିଭାଗର ଚଢ଼ାଉ । ୩୨ ଗ୍ରାମ ବ୍ରାଉନ ସୁଗାର ଜବତ ହେବା ସହ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢ଼ନ୍ତୁ

ବ୍ରାଉନ ସୁଗାର ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ, ଜଣେ ଗିରଫ
ବ୍ରାଉନ ସୁଗାର ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ, ଜଣେ ଗିରଫ

ଯାଜପୁର: ବ୍ରାଉନ ସୁଗାର ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ । ଘଟଣାରେ ଜଣକୁ ଗିରଫ କରିଛି ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ଼ । ଗିରଫ ଅଭିଯୁକ୍ତ ଜଣକ ଡୁବରୀ ଅଞ୍ଚଳର ସୁଦର୍ଶନ ବେହେରା ବୋଲି ଜଣା ପଡ଼ିଛି । ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାରକଣା ନିକଟରୁ ଏହି ବ୍ରାଉନ ସୁଗାର ଜବତ କରାଯାଇଛି ।

ସୂଚନା ଅନୁସାରେ ଡୁବରୀ ଅଞ୍ଚଳର ସୁଦର୍ଶନ ବେହେରା ନିଜ ସ୍କୁଟିରେ ବ୍ରାଉନ ସୁଗାର ବ୍ୟବସାୟ କରିବା ପାଇଁ ଯାଉଥିବା ସମୟରେ ବାରକଣା ନିକଟରେ ଚଢ଼ାଉ କରିଥିଲା ଯାଜପୁର ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ଼ । ଅଭିଯୁକ୍ତ ନିକଟରୁ ୩୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ଏନେଇ ଏକ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୁଦର୍ଶନ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଫ୍ଲାଇଂ ସ୍କ୍ବାର୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଏନେଇ ଯାଜପୁର ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାର୍ଡ଼ ଅଧିକାରୀ ସମୀର କୁମାର ମହାନ୍ତି କହିଛନ୍ତି, "ଆମେ ଆଜି ସକାଳେ ଡୁବରୀ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲୁ । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇଲୁ ଯେ ସେହି ଡୁବରୀ ଅଞ୍ଚଳର ସୁଦର୍ଶନ ବେହେରା ନାମକ ଯୁବକ ଏକ ସ୍କୁଟି ଯୋଗେ ବ୍ରାଉନ ସୁଗାର ନେଇ ଚଣ୍ଡିଖୋଲ ଆଡ଼କୁ ଯାଉଛି । ତେବେ ଖବର ପାଇବା ସଙ୍ଗେ ସଙ୍ଗେ ତାକୁ ପିଛା କରିଥିଲୁ । ଜେନାପୁର ଥାନା ଅନ୍ତର୍ଗତ ବାରକଣା ନିକଟ ବ୍ରାହ୍ମଣୀ ବ୍ରିଜ ଠାରେ ଅଭିଯୁକ୍ତ ଠିଆ ହୋଇଥିଲା । ଆମେ ତାକୁ ଗ୍ରାହାକ ସେବା କେନ୍ଦ୍ର ନିକଟରେ କାବୁ କରିଥିଲୁ । ତାଠାରୁ ୩୨ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ସେହିପରି ଗତ ମାସରେ ମଧ୍ୟ ଜିଲ୍ଲାରୁ ୬୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ଏପରିକି ବିଭିନ୍ନ ସମୟରେ ରେଡ କରି ଗଞେଇ ମଧ୍ୟ ଜବତ କରାଯାଇଛି । ଏହି ଚୋରା ବ୍ୟବସାୟ ପ୍ରତି ଆମେ ନଜର ରଖିଛୁ । ନିଶାଦ୍ରବ୍ୟ ଚୋରା କାରବାର ନେଇ ଯେତେବେଳେ ବି ଆମକୁ ଖବର ମିଳିବ ସଙ୍ଗେ ସଙ୍ଗେ ଚଢାଉ କରାଯିବ । "

ତେବେ ଗିରଫ ଅଭିଯୁକ୍ତ ସୁଦର୍ଶନ ବେହେରା ପ୍ରତି ସପ୍ତାହରେ ବାଲେଶ୍ବରରୁ ବ୍ରାଉନ ସୁଗାର ଆଣି ନିଜ ଅଞ୍ଚଳରେ ବ୍ୟବସାୟ କରେ ବୋଲି ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାର୍ଡ଼ ଅଧିକାରୀ ସମୀର କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.