ETV Bharat / state

ପୂର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧାଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଗିରଫ

author img

By

Published : Sep 12, 2022, 10:10 PM IST

କୋରାଇ ଥାନା ତାରାକୋଟ ଗ୍ରାମରେ ଅମାନବୀୟ ଘଟଣା । ତାରାକୋଟ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ଯୁବକ । ଅଧିକ ପଢନ୍ତୁ

Etv Bharatପୂର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧାଙ୍କୁ ପିଟିପିଟି ହତ୍ୟା କଲା ଯୁବକ
ପୂର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧାଙ୍କୁ ପିଟିପିଟି ହତ୍ୟା କଲା ଯୁବକ

ଯାଜପୁର: କୋରାଇ ଥାନା ତାରାକୋଟ ଗ୍ରାମରେ ଅମାନବୀୟ ଘଟଣା । ତାରାକୋଟ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଯୁବକ । ମୃତ ବୃଦ୍ଧା ଚନ୍ଦ୍ରମଣି ଜେନାଙ୍କ ସ୍ତ୍ରୀ ସଞ୍ଜୁକ୍ତା ଜେନା ବୋଲି ଜଣାପଡିଛି । ତେବେ ଏଘଟଣା ପରେ ଅଭିଯୁକ୍ତ ଯୁବକ ବିପିନ ବିହାରୀ ଜେନାକୁ ଗାଁ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ମୁତାବକ, ସଞ୍ଜୁକ୍ତା ଗାଁ ଦାଣ୍ଡରୁ ପାଣି ନେଇ ଘରକୁ ଯାଉଥିଲେ । ଏହି ସମୟରେ ବିପିନ ଏକ ଠେଙ୍ଗାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସଞ୍ଜୁକ୍ତାଙ୍କର ଜୀବନ ଚାଲି ଯାଇଥିଲା । ପରେ ଗ୍ରାମବାସୀ ଅଭିଯୁକ୍ତ ଯୁବକକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।ମୃତକଙ୍କ ପରିବାର ଲୋକେ କହିଛନ୍ତି ଅଭିଯୁକ୍ତ ବିପିନ୍ ବିହାରୀ ଜେନା ବିଭିନ୍ନ ସମୟରେ ଘର ଆଗରେ ଆସି ଗାଳି ଗୁଲଜ କରିଥାଏ । ଏନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ରହିଥିଲା । ଏଥିଯୋଗୁଁ ଅଭିଯୁକ୍ତ ବିପିନ ସଞ୍ଜୁକ୍ତା ଜେନାଙ୍କୁ ଟାର୍ଗେଟ କରିଥିଲା । ଆଜି ସଂଯୁକ୍ତାଙ୍କୁ ଏକୁଟିଆ ଦେଖି ବିପିନ ଆତର୍କିତ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଝାଟିସିରିଙ୍ଗ ଗ୍ରାମରେ କରଜ ଟଙ୍କାକୁ କେନ୍ଦ୍ର କରି ଏଭଳି ଅମାନବୀୟ ହତ୍ୟାକାଣ୍ଡ ଘଟଣା ଘଟିଥିଲା । ସାମାନ୍ୟ କରଜ କରିଥିବା ଟଙ୍କା ନ ସୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା ଦେଢ଼ଶୂର । ମୃତ ମହିଳା ଜଣକ ସେହି ଗ୍ରାମର ନନ୍ଦୀନି ଗୁଇୟା । ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଦେଢଶୂରକୁ ପୋଲିସ ଗିରଫ କରିଥିଲା । ସୂଚନା ଅନୁଯାୟୀ, ନନ୍ଦିନୀର ସ୍ବାମୀ ତାଙ୍କ ବଡ଼ଭାଇ ପାଖରୁ ଏକ ଲକ୍ଷ ଟଙ୍କା ହାତ ଉଧାର ନେଇଥିଲେ କିନ୍ତୁ ଦୀର୍ଘଦିନ ପରେ ମଧ୍ୟ ଧାର ଟଙ୍କା ପରିଶୋଧ କରି ପାରିନଥିଲେ। ଏହାକୁ ନେଇ ଦୁଇଭାଇ ମଧ୍ୟରେ ପ୍ରାୟ ପାଟିତୁଣ୍ଡ ହେଉଥିଲା। ଗତକାଲି ନନ୍ଦିନୀର ସ୍ବାମୀ କାମକୁ ଯାଇଥିଲା ବେଳେ ନନ୍ଦିନୀ ଏକୁଟିଆ ଘରେ ଶୋଇଥିବା ଦେଖି ଦେଢଶୂର ବାଉଁଶ ଠେଙ୍ଗାରେ ପିଟିପିଟି ମାରିଦେଇଥିଲା । ନନ୍ଦିନୀର ସ୍ବାମୀ କାମରୁ ଫେରି ନନ୍ଦିନୀକୁ ମୃତ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ବାଦାମପାହାଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଦେଢଶୂର ସାଗର ଗୁଇୟାକୁ ଗିରଫ କରିଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.