ETV Bharat / state

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ପ୍ରଭାବିତ ରା଼ଜ୍ୟବାସୀ

author img

By

Published : Mar 15, 2023, 5:02 PM IST

ରାଜ୍ୟବ୍ୟାପି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଅଖ ଚକ ବନ୍ଦ ଡାକରା । ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲା ବସ ଡ୍ରାଇଭର ସଙ୍ଘ । ଅଧିକ ପଢ଼ନ୍ତୁ

୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲା ବସ ଡ୍ରାଇଭର ସଙ୍ଘ

ଯାଜପୁର: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲା ବସ ଡ୍ରାଇଭର ସଙ୍ଘ । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ଡ୍ରାଇଭର ମହାସଂଘ । ସରକାରଙ୍କ ପାଇଁ ମହାସଂଘ ପକ୍ଷରୁ ୧୦ଟି ଦାବି ଉପସ୍ଥାପନ କରାଯାଇଛି । ସାରା ରାଜ୍ୟରେ ଆଜିଠାରୁ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି ।

୧୦ ଦଫା ଦାବି ଦେଲା ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଆଇନ ତିଆରି, ୧୦୦ କିଲୋମିଟରରେ ବିଶ୍ରାମଗାର, ଶୌଚାଳୟ, ୫୫ ବର୍ଷ ପରେ ପେନସନ ଦାବି କରିଛନ୍ତି । ଏହାସହ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୨୦ଲକ୍ଷ ଟଙ୍କା, ଅକ୍ଷମ ହେଇଗଲେ ୧୦ ଲକ୍ଷ ସହ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଦାବି କରାଯାଇଛି । ଆବାସ ଯୋଜନାରେ ସାମିଲ, ପିଲାଙ୍କ ଲାଗି ଉଚ୍ଚ ଶିକ୍ଷାର ବ୍ୟବସ୍ତା, ଲାଇସେନ୍ସ ପାଇଁ ଫାଇନ ୧୫ ହଜାର ଟଙ୍କା ହଟା ଯାଉ, ଏଭଳି ଦାବି ନେଇ ରାଜରାସ୍ତାରେ ଅବରୋଧ କରିଛନ୍ତି ବସ ଡ୍ରାଇଭର ସଙ୍ଘ ।

ଯାଜପୁର ପୌରପାଳିକା ଓ ବ୍ଳକ ଡ୍ରାଇଭର ମହାସଂଘ ତରଫରୁ ଧର୍ମଘଟ କରାଯାଇଛି । ଶତାଧିକ ଡ୍ରାଇଭରମାନେ ରାଜରାସ୍ତାକୁ ଆସି ସେମାନଙ୍କ ଦାବି ଉପସ୍ଥାପନ କରି ଧାରଣା ଦେଇଛନ୍ତି । ଡ୍ରାଇଭରଙ୍କ ସମସ୍ୟା ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନଥିବାରୁ ଏପରି ଧର୍ମଘଟ ପାଇଁ ନିଷ୍ପତ୍ତି ନିଆଯାଇଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି । ଏହି ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ବେଳେ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ, ସ୍କୁଲ ଏବଂ ନାମଲେଖା ପାଇଁ ଯାଉଥିବା ଗାଡିକୁ ବନ୍ଦ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ମାତ୍ର ଏହି ଧର୍ମଘଟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା ।

ସେପଟେ ଆଜି ଏହାର ପ୍ରଭାବ ଦେଖିବାକୁ ମିଳିଛି ଯାଜପୁରରେ । ଯାଜପୁର 10ଟି ବ୍ଲକ ଓ ଦୁଇଟି ପୌରପରିଷଦ ଅଞ୍ଚଳରେ ଡ୍ରାଇଭମାନେ ବିଭିନ୍ନ ସ୍ଥାନରେ ଧାରଣା ଦେଉଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ଜିଲ୍ଲାର ଦାନଗଦି ବ୍ଲକ ମିଲିଟାରୀ ଛକ, ବିଂଝାରପୁର, ବରୀ, ପାଣିକୋଇଲି ଏନଏଚ, ଛତିଆ, ସଠିପୁର, ଗୋଳେଇପୁର, ଧର୍ମଶାଳା ଛକରେ ଶତାଧିକ ଡ୍ରାଇଭର ଫ୍ଲାକାର୍ଡ ଧରି ଆନ୍ଦୋଳନ କରୁଛନ୍ତି । ଡ୍ରାଇଭରମାନଙ୍କ ଏହି ଆନ୍ଦୋଳନ ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡି ମଟର ଚଳାଚଳ ବନ୍ଦ ରହିଛି ।

ଇଟିଭି ଭାରତ,ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.