ETV Bharat / state

ଶହୀଦ ଶଶାଙ୍କର ଶେଷକୃତ୍ୟ ସମ୍ପନ୍ନ

author img

By

Published : Feb 22, 2021, 11:13 AM IST

Updated : Feb 22, 2021, 7:35 PM IST

ଲଦାଖ ସୀମାରେ ଶହୀଦ ହୋଇଥିବା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଯବାନ ଶଶାଙ୍କ ଶେଖର ସାମଲଙ୍କ ପାର୍ଥୀବ ଶରୀର ନିଜ ଜନ୍ମମାଟିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଗଲା । ଅଧିକ ପଢନ୍ତୁ...

ଲଦାଖରେ ଓଡ଼ିଆ ଯବାନ ଶହୀଦ, ଯାଜପୁରେ ଶୋକାକୁଳ ପରିବେଶ

ଯାଜପୁର: ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ । ଲଦାଖ ସୀମାରେ ଶହୀଦ ହୋଇଥିବା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଯବାନ ଶଶାଙ୍କ ଶେଖର ସାମଲଙ୍କ ପାର୍ଥୀବ ଶରୀର ନିଜ ଜନ୍ମମାଟିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଗଲା ।

ତାଙ୍କ ପାର୍ଥୀବ ଶରୀର ଜନ୍ମମାଟିକୁ ଆସିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ରବିବାର ସନ୍ଧ୍ୟାରେ ଶଶାଙ୍କଙ୍କ ମରଶରୀର ଭୁବନେଶ୍ବରରୁ ଅଣାଯାଇ ଚଣ୍ଡିଖୋଲ ଛକରେ ପହଞ୍ଚିଲା ପରେ ଏକ ଶୋଭାଯାତ୍ରାରେ ଗାଁ ମାଟିକୁ ପାଛୋଟି ନିଆଯାଇଥିଲା ।

ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ କରିବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କ୍ଷେତ୍ରପାଳ ଗ୍ରାମର ସ୍ବର୍ଗତ ଯଦୁନାଥ ସାମଲଙ୍କ ପୁଅ ଥିଲେ ଶଶାଙ୍କ । ସେ ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଥିଲେ ।

ଶହୀଦ ଶଶାଙ୍କର ଶେଷକୃତ୍ୟ ସମ୍ପନ୍ନ

ଗୁରୁବାର ବିଳମ୍ବିତ ରାତିରେ ଡ୍ୟୁଟିରୁ ଫେରୁଥିବା ବେଳେ ଶତ୍ରୁପକ୍ଷଙ୍କ ଆକ୍ରମଣରେ ଅନ୍ୟ ଯବାନଙ୍କ ସହ ଶଶାଙ୍କ ଶହୀଦ ହୋଇଥିଲେ । ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହିବା ସହ ବହୁ ରାଜନେତା ସାମିଲ ହୋଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 22, 2021, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.