ETV Bharat / state

OAS ପରୀକ୍ଷାଫଳ, ସଫଳତାର ଖୁସି ସେୟାର କଲେ ଟପ୍ପର ଅଶ୍ବିନୀ କୁମାର ପଣ୍ଡା - OAS topper ashwini kumar panda

ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ । ରାଜ୍ୟରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ଯାଜପୁରର ଅଶ୍ୱିନୀ କୁମାର ପଣ୍ଡା ।

OAS Topper jajpur district ashwini kumar panda
OAS ପରୀକ୍ଷାଫଳ,ଟପ୍ପର ହେଲେ ଯାଜପୁରରୁ ଅଶ୍ବିନୀ କୁମାର ପଣ୍ଡା
author img

By

Published : Oct 9, 2021, 4:39 PM IST

ଯାଜପୁର: ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ । ଓଏଏସ ଟପ୍ପର ହୋଇଛନ୍ତି ଯାଜପୁରର ପୁଅ ଅଶ୍ବିନୀ କୁମାର ପଣ୍ଡା। ଏହି ପରୀକ୍ଷାରେ ମୋଟ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ୧୦ ଜଣକ ମଧ୍ୟରୁ ୭ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି। ଓଏଏସ୍‌ ପରୀକ୍ଷାରେ ୧ ନଂ ସ୍ଥାନ ହାସଲ କରିବାର ଅନୁଭୂତି ଅବର୍ଣ୍ଣନୀୟ ବୋଲି କହିବା ସହ ରେଜଲ୍ଟ ଶୁଣି ଖୁବ୍‌ ଖୁସି ଥିବା କହିଛନ୍ତି ଅଶ୍ୱିନୀ ।

OAS ପରୀକ୍ଷାଫଳ,ଟପ୍ପର ହେଲେ ଯାଜପୁରରୁ ଅଶ୍ବିନୀ କୁମାର ପଣ୍ଡା

ଅଶ୍ଵିନୀ କୁମାର ପଣ୍ଡା ଓଏଏସ ଟପ୍ପର ହେବା ପରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମରେ ଖୁସିର ଲହରୀ ଖେଳି ଯାଇଛି। କ୍ଷେତ୍ରପାଳ ଗ୍ରାମର ଅଭିମନ୍ୟୁ ପଣ୍ଡା ଓ ସେବତୀ ପଣ୍ଡାଙ୍କ ସାନ ପୁଅ ହେଉଛନ୍ତି ଅଶ୍ବିନୀ। ସେ ପ୍ରଥମ ପ୍ରୟାସରେ ହିଁ ସଫଳତା ପାଇ ପାରିଛନ୍ତି। ସ୍ଥାନୀୟ ଜନ କଲ୍ୟାଣ ହାଇସ୍କୁଲରୁ ପାଠପଢା ସରିବା ପରେ ରେଭେନ୍ସାରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଅଶ୍ଵିନୀ। ପୁଅର ଏହି ସଫଳତାରେ ବେଶ ଉତ୍ସାହିତ ଅଛନ୍ତି ପରିବାର ଲୋକେ। ସଫଳତାର ଶ୍ରେୟ ମା ବାପାଙ୍କୁ ଦେଇଥିବା ବେଳେ ଦିନକୁ ୮ ଘଣ୍ଟା ପାଠପଢାରେ ସମୟ ଦେଉଥିଲେ ଅଶ୍ଵିନୀ।

ଓଏସସ ସଫଳତାକୁ ନେଇ ଅଶ୍ବିନୀ କହିଛନ୍ତି ଯେ ଆଶା ଥିଲା ଭଲ ରାଙ୍କ ଆସିବ କିନ୍ତୁ ଏ ଭଳି ଟପର ହେବି ବୋଲି ବିଶ୍ବାସ କରିପାରୁ ନାହିଁ ବୋଲି କହିଛନ୍ତି। ମୋ ସାଙ୍ଗ ମୋତେ ଜଣାଇଲେ ପରୀକ୍ଷା ଫଳ । ମୋ ସଫଳତା ପଛରେ ପରିବାର, ମୋ ସାର ସହିତ ସମସ୍ତଙ୍କ ଶ୍ରେୟ ରହିଛି ବୋଲି କହିଛନ୍ତି ।

କୋରୋନା ମହାମାରୀ ସମୟରେ ପାଠପଢି ପ୍ରଥମ ପ୍ରୟାସରେ ପରୀକ୍ଷାରେ ଓଏଏସ ଟପ୍ପର ହୋଇଛନ୍ତି। ଆଗାମୀ ଦିନରେ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିକାଶ କରିବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.