ETV Bharat / state

ଜବରଦଖଲ ବିରୋଧରେ ଗ୍ରାମବାସୀଙ୍କ ପ୍ରତିବାଦ - ସର୍ବସାଧାରଣଙ୍କ ବ୍ୟବହୃତ ଜାଗାକୁ ଜବରଦଖଲ

ଯାଜପୁର ଜିଲ୍ଲାରେ ସର୍ବସାଧାରଣଙ୍କ ବ୍ୟବହୃତ ଜାଗାର ଜବରଦଖଲ ବିରୋଧରେ ଗ୍ରାମବାସୀଙ୍କ ପ୍ରତିବାଦ । ଅଧିକ ପଢନ୍ତୁ...

ଜବରଦଖଲ ବିରୋଧରେ ଗ୍ରାମବାସୀଙ୍କ ପ୍ରତିବାଦ
ଜବରଦଖଲ ବିରୋଧରେ ଗ୍ରାମବାସୀଙ୍କ ପ୍ରତିବାଦ
author img

By

Published : Nov 11, 2020, 1:57 PM IST

ଯାଜପୁର: ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ଜବରଦଖଲକାରୀଙ୍କ ବିରୋଧରେ ଗ୍ରାମବାସୀଙ୍କ ପ୍ରତିବାଦ । ସର୍ବସାଧାରଣଙ୍କ ବ୍ୟବହୃତ ଜାଗାର ଜବରଦଖଲକୁ ଉଚ୍ଛେଦ କରିବା ନେଇ ଦାବି କରି ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଜବରଦଖଲ ବିରୋଧରେ ଗ୍ରାମବାସୀଙ୍କ ପ୍ରତିବାଦ

ଗାଁଲୋକଙ୍କ ଅଭିଯୋଗ କ୍ରମେ ସଂପୃକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଗାଁ ମୁଣ୍ଡ ନଦୀପଠାକୁ ଜବର ଦଖଲ କରିବା ସହ ଗ୍ରାମବାସୀଙ୍କ ରାସ୍ତାକୁ ଅବରୋଧ କରିଛନ୍ତି । ଖାଲି ସେତିକି ନୁହେଁ ନଦୀକୁ ଶୌଚାଳୟର ଅପରିଷ୍କାର ପାଣି ଛାଡି ନଦୀଜଳକୁ ଦୂଷିତ କରୁଥିବା ଅଭିଯୋଗରେ ଉଲ୍ଲେଖ୍ୟ ହୋଇଛି ।

ଏ ନେଇ ତହସିଲ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବିଭିନ୍ନ ମହଲରେ ବାରମ୍ବାର ଅଭିଯୋଗ ସତ୍ତ୍ବେ କିଛି ସୁଫଳ ମିଳି ନଥିଲା । ତୁରନ୍ତ ନଦୀପଠା ଜମିର ଜବରଦଖଲ ଉଚ୍ଛେଦ କରାନଗଲେ ଗ୍ରାମବାସୀମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଦର୍ପଣ ତହସିଲଦାର ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.