ETV Bharat / state

ନୂଆ ମୋଟର ଯାନ ଆଇନ: ରାତି ଅଧିଆ ‘ଇଟିଭି ଭାରତ’ର ରିୟାଲିଟି ଚେକ୍

author img

By

Published : Sep 8, 2019, 11:29 AM IST

ନୂଆ ମୋଟର ଯାନ ଆଇନକୁ କେତେ ଦୂର ପାଳୁଛନ୍ତି ଲୋକେ ? ଟୋଲଗେଟରେ କିପରି ଚାଲିଛି ପୋଲିସର ଚେକିଂ ? ପାଣିକୋଇଲିରେ ଥିବା ଶ୍ରୀରାମ ଟୋଲଗେଟରେ ରିୟାଲିଟି ଚେକ୍ କରିଥିଲା ଇଟିଭି ଭାରତ ଟିମ୍ ।

ଡିଜାଇନ ଫଟୋ

ଯାଜପୁର: ନୂତନ ମୋଟର ଯାନ ଆଇନକୁ ନେଇ ଚାରିଆଡେ ଚାଲିଛି ଧରପଗଡ । ରାଜ୍ୟର ବିଭିନ୍ନ ଛକ, ଟୋଲଗେଟ ମାନଙ୍କରେ କରାଯାଉଛି ଜୋରଦାର ଚେକିଂ । ରାଜ୍ୟର ଅନ୍ୟାନ ସ୍ଥାନ ଭଳି ଯାଜପୁର ଜିଲ୍ଲାରେ ଥିବା ଟୋଲ ଗେଟ ଗୁଡିକରେ ଜୋରଦାର ଚେକିଂ କରାଯାଉଛି । ତେବେ ରାତିଅଧିଆ କିପରି ଚାଲିଛି ପୋଲିସ ଚେକିଂ ତାହାର ରିୟଲିଟି ଚେକ୍‌ କରିଥିଲା ଇଟିଭି ଭାରତ ଟିମ୍ । ରାତି 12ଟା ଆମେ ପହଞ୍ଚିଥିଲୁ ପାଣିକୋଇଲିରେ ଥିବା ଶ୍ରୀରାମ ଟୋଲଗେଟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏଠାରେ ରାତି ତମାମ ଜାଗ୍ରତ ପ୍ରହରି ଭାବେ ପୋଲିସ କରୁଛି ଚେକିଂ । ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବାକୁ ଏଭଳି ପଦକ୍ଷେପକୁ ଜିଲ୍ଲାରେ ପ୍ରଶଂସା କରାଯାଇଛି । ଗୋଟେ ପଟେ ମାତ୍ରାଧିକ ଫାଇନ ଆଦାୟକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଯାଜପୁରବାସୀ କିନ୍ତୁ ନୂଆ ନିୟମକୁ ସ୍ବାଗତ କରିଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ଏଭଳି ଚେକିଂ ହେବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ଚେକିଂକୁ ନେଇ ଲୋକେ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି ? ନୂଆ ମୋଟର ନିୟମ କେତେ ଦୂର ଗ୍ରହଣ କରୁଛନ୍ତି ଲୋକେ ? ଏଭଳି ତମାମ ପ୍ରଶ୍ନକୁ ନେଇ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ ଆମ ଯାଜପୁର ସମ୍ବାଦଦାତା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.