ଯାଜପୁର: ଉଦଘାଟିତ ହେଲା ବୈରୀ ପୋଲିସ ଷ୍ଟେସନ୍ର ନୂତନ ଥାନା ଗୃହ । ପୋଲିସ ଡିଜି ଅଭୟ ଏହାକୁ ଉଦଘାଟନ କରିଛନ୍ତି । ନିଜସ୍ବ ଥାନା ଗୃହ ନଥିବାରୁ ଦୀର୍ଘ ବର୍ଷ ହେବ ବରୀ ଥାନା ଏକ ଭଡ଼ା ଘରେ ଚାଲୁ ରହିଥିଲା । ଏଥିପାଇଁ ଥାନାରେ ବିଭିନ୍ନ ସମସ୍ୟା ଦେଖା ଦେଉଥିଲା । ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ପକ୍ଷରୁ ନୂତନ ଥାନା ଗୃହ ନିର୍ମାଣ ହୋଇଛି ।
ଯାଜପୁର SPଙ୍କ ଅଧ୍ୟକ୍ଷତାରେ ବୈରୀ ଥାନା ଉଦଘାଟନ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ପୋଲିସ ଡିଜି ଅଭୟ ମୁଖ୍ୟ ଅତିଥି ଭବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଓ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ନରସିଂହ ଭୋଳ ଯୋଗ ଦେଇଥିଲେ । ପୋଲିସ ଡିଜି ଅଭୟ ନୂତନ ଥାନା ଗୃହ ବୁଲି ଦେଖିଥିଲେ ।
ତାସହିତ ନ୍ୟାୟ ପାଇବାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସଠିକ ସେବା ଯୋଗାଇ ଦେବାକୁ ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି । ଏହି ଅବସରରେ ଯାଜପୁରରେ ଆଇନଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିଥିଲେ । ଜିଲ୍ଲାରେ ଖାଲି ପଡ଼ିଥିବା ପୋଲିସ ପଦବୀ ଓ ନୂତନ ଆଉଟ ପୋଷ୍ଟ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ