ଯାଜପୁର: ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତର ସାନରାଇପଡା ଗ୍ରାମରେ ଅଭାବନୀୟ ଘଟଣା। ଜନ୍ମିତ ଶିଶୁ କନ୍ୟାକୁ ୭ହଜାର ଟଙ୍କାରେ ବିକିଲା ବାପା।
ସୂଚନାଅନୁଯାୟୀ ସାନରଇପଡା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କାଞ୍ଚନ ଗତ ୨୭ ତାରିଖ ସକାଳ ୬ଟା ୪୫ରେ ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲା। ୨୮ ତାରିଖ ଦିନ ସେମାନେ ଧର୍ମଶାଳା ମେଡିକାଲ ପରିସରରେ ଜନ୍ମିତ ଶିଶୁକନ୍ୟାରୁ ମହାକାଳପଡା ଅଞ୍ଚଳର ଜଣେ ଲୋକକୁ ୭ ହଜାର ଟଙ୍କାରେ ବିକି ଦେଇଥିଲେ। ତେବେ ଏ ସମ୍ପର୍କରେ ମେଡିକାଲ କତୃପକ୍ଷ କିଛି ଜାଣିପାରିନଥିଲେ। କାଞ୍ଚନଙ୍କ ସ୍ବାମୀ ନଟ ସେହି ସାନରାଇପଡା ଗ୍ରୀମର କାଳନ୍ଦୀ ଦାସ ଓ ତାଙ୍କ ପୁଅ ଦୀପକ ଦାସଙ୍କ ମାଧ୍ୟମରେ ପିଲାଟିକୁ ମହାକାଳପଡା ଅଞ୍ଚଳର ଜଣେ ବ୍ୟକ୍ତିକୁ ୭ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଜଣାପଡିଛି ।
ତେବେ କଥା ଉଠୁଛି ଓଡ଼ିଶାର ଯାଜପୁର ଜିଲ୍ଲା ହେଉଛି ପ୍ରଗତିର ପ୍ରୟୋଗଶାଳା ! ଦାରିଦ୍ର୍ଯ ଏବଂ ସ୍ବାସ୍ଥ୍ୟକୁ ନେଇ ସରକାରଙ୍କ ମାଳ ମାଳ ଯୋଜନା ପ୍ରଣୟନ ହୋଇଥିଲା ବେଳେ ଶିଶୁ କନ୍ୟା ବିକ୍ରି ଭଳି ଅଭାବନୀୟ ଘଟଣା ଲଜ୍ଜାଜନକ ନୁହେଁକି ? ତେବେ ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ଏ ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ