ETV Bharat / state

ପୁନଃ କାର୍ଯ୍ୟକ୍ଷମ ହେବ ନୀଳାଚଳ ଇସ୍ପାତ କାରଖାନା, କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି - ପୁନଃ କାର୍ଯ୍ୟକ୍ଷମ ହେବ ନୀଳାଚଳ ଇସ୍ପାତ କାରଖାନା

ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଘୋଷଣା କରାଯାଇଥିଲା । ପୁଞ୍ଜି ପ୍ରତ୍ୟାହାର ପରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ ହାତକୁ ବିଧିବଦ୍ଧ ଭାବେ ଯାଇଛି ନୀଳାଚଳ ଇସ୍ପାତ କାରଖାନା । ଟାଟା ହାତକୁ ଯିବା ପରେ ସ୍ଥାନୀୟ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଅଧିକ ପଢନ୍ତୁ

ପୁନଃ କାର୍ଯ୍ୟକ୍ଷମ ହେବ ନୀଳାଚଳ ଇସ୍ପାତ କାରଖାନା, କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ

author img

By

Published : Jul 6, 2022, 10:25 PM IST

ଯାଜପୁର: ଆର୍ଥିକ ସଙ୍କଟରେ ଜୁଝୁଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଘୋଷଣା କରାଯାଇଥିଲା । ପୁଞ୍ଜି ପ୍ରତ୍ୟାହାର ପରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ ହାତକୁ ବିଧିବଦ୍ଧ ଭାବେ ଯାଇଛି ନୀଳାଚଳ ଇସ୍ପାତ କାରଖାନା ।ନୀଳାଚଳ ଇସ୍ପାତ ନିଗମରେ କେନ୍ଦ୍ର ସରକାରଙ୍କର mmtc, nmdc, bhel, mecon ସହ ଓଡ଼ିଶା ସରକାରଙ୍କର ଓଡ଼ିଶା ଖଣି ନିଗମ ଓ ଇପିକଲର ମିଳିତ ଅଂଶଧନ ରହିଥିଲା ।

ପୁନଃ କାର୍ଯ୍ୟକ୍ଷମ ହେବ ନୀଳାଚଳ ଇସ୍ପାତ କାରଖାନା

ତେବେ ପୁଞ୍ଜି ପ୍ରତ୍ୟାହାର ବାବଦକୁ 12 ହଜାର 100 କୋଟି ଟଙ୍କା ପ୍ରଦାନ କରିଛି ଟାଟା । ଯାହାକି ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କ ବକେୟା ପାଉଣା, ଆନୁଷଙ୍ଗିକ ଖର୍ଚ୍ଚକୁ ଭରଣା କରିବାକୁ ସକ୍ଷମ ହୋଇଛି। 31 ଜାନୁଆରୀରେ cpl ସର୍ବୋଚ୍ଚ ବିଡିଂ ଅନୁମୋଦନ ପରେ ଫେବୃଆରୀ ମାସରେ ଲେଟର ଅଫ ଆୱାର୍ଡ଼ ପ୍ରଦାନ କରାଯାଇଥିଲା । ଟାଟା ହାତକୁ ଯିବା ପରେ ସ୍ଥାନୀୟ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ବର୍ତ୍ତମାନ ଏହାର ଉତ୍ପାଦନ କ୍ଷମତା ୧୦ ମିଲିୟନ ଟନକୁ ବଢିବା ନେଇ ଲକ୍ଷ୍ୟ ରଖାଯାଇଛି ।କମ୍ପାନୀ କର୍ତ୍ତୃପକ୍ଷ ଏହି କାରଖାନାରେ ଆଗାମୀ 8 ବର୍ଷ ମଧ୍ୟରେ 80 ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଇଛି । ଉତ୍ପାଦନ କ୍ଷମତା 30 ମିଲିଅନ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ 300 ଏକର ଜାଗାରେ ଷ୍ଟିଲ ଡାଉନ ଷ୍ଟ୍ରମ ପାର୍କ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ।

ଟାଟାଷ୍ଟିଲ ଇସ୍ପାତ୍ କାରଖାନାକୁ ହାତକୁ ନେବା ପରେ କର୍ମଚାରୀ ମାନେ ଦୀର୍ଘ ଦିନର ବକେୟା ପାଉଣା ପାଇଲେ ।ତେବେ କାରଖାନା ଆରମ୍ଭ ହେଲେ ପୁଣି ରୋଜଗାର ମିଳିବା ସହ ୧୦ ହଜାର ପରିବାରଙ୍କ ମୁହଁରେ ହସ ଫୁଟିବ ବୋଲି ଆଶା କରାଯାଉଛି ।

ଯାଜପୁର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.