ଯାଜପୁର: ସ୍ଥାନୀୟ ଏନସି କଲେଜ ପରିସରରେ 23 ତାରିଖ ଦିନ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗଣତି ହେବ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଭୋଟଗଣତି କେନ୍ଦ୍ର ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟଗଣତି କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଭୋଟଗଣତି କେନ୍ଦ୍ର ଭିତରକୁ କୌଣସି ମୋବାଇଲ ଫୋନ କିମ୍ବା ଇଲୋକ୍ଟ୍ରୋନିକ୍ସ ଜିନିଷ ନିଆଯାଇପାରିବ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଇଥିବା ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି ।
ଭୋଟଗଣତି କେନ୍ଦ୍ର ବାହାରେ ଲୋକଙ୍କ ସୁବିଧା ପାଇଁ ଡାକବାଜି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଦାସ ସୂଚନା ଦେଇଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ