ଯାଜପୁର : ଯାଜପୁର ରୋଡ ରାଜମହଲ ମଣ୍ଡପରେ ଟାଟା ପାୱାର ବିଦ୍ୟୁତ ବିଭାଗ ପକ୍ଷରୁ 51ତମ ଜାତୀୟ ନିରାପତ୍ତା ସପ୍ତାହ ଅଭିଯାନ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କୁ ଧନଜୀବନର ସୁରକ୍ଷା ଓ ନିରାପତ୍ତା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।
ଏଥିରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଅଧିକାରୀମାନେ ସାମିଲ ହୋଇଥିଲେ। ନାଚଗୀତ ପରିବେଷଣ କରି ଜନସାଧାରଣଙ୍କୁ ଏସମ୍ପର୍କରେ ଅଧିକ ସଚେତନ କରାଯାଇଥିଲା । କର୍ମଚାରୀମାନେ ମଧ୍ୟ କୀର୍ତ୍ତନ, ନାଚଗୀତ ପରିବେଷଣ କରି ଖୁସି ବ୍ୟକ୍ତ କରିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ