ETV Bharat / state

ରସୁଲପୁରରେ 3 ଦିନ ଜନ୍ମାଷ୍ଟମୀ, ଲଡୁ ବାଣ୍ଟନ୍ତି ନନ୍ଦରାଜା - nanda ustsav

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମାଣତିର ଗାଁରେ ପ୍ରତିବର୍ଷ ବେଶ ଆଡମ୍ବର ସହକାରେ ପାଳିତ ହୋଇଛି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ । ଗାଁ ମଦନ ମୋହନଜୀଉ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବ 3 ଦିନ ବ୍ୟାପି ପାଳିତ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 25, 2019, 9:06 PM IST

ଯାଜପୁର: ଓଡିଆ ଜନମାନସରେ ଜନ୍ମାଷ୍ଟମୀର ଏକ ସ୍ବତନ୍ତ୍ରତା ରହିଛି । ଜନ୍ମାଷ୍ଟମୀର ପର ଦିନ ପାଳନ ହୁଏ ନନ୍ଦୋତ୍ସବ । ଏହି ପରମ୍ପରାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମାଣତିର ଗାଁରେ ପ୍ରତିବର୍ଷ ବେଶ ଆଡମ୍ବର ସହକାରେ ପାଳିତ ହୋଇଛି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ । ଦୀର୍ଘ ବର୍ଷ ଧରି ଏଠାରେ ପାଳିତ ହୋଇଆସୁଛି ଏହି ଉତ୍ସବ । ଗାଁ ମଦନ ମୋହନଜୀଉ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବ 3 ଦିନ ବ୍ୟାପି ପାଳିତ ହୋଇଥିଲା । ଯାହାକୁ ଦେଖିବା ଲାଗି ଜିଲ୍ଲା ତଥା ଜିଲ୍ଲା ବାହାରୁ ଛୁଟି ଆସିଥାନ୍ତି ଶ୍ରଦ୍ଧାଳୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଉତ୍ସବରେ କୁନି କୁନି ପିଲାମାନେ ରାଧାକୃଷ୍ଣ, ଗୋପାଳ ଆଦି ବିଭିନ୍ନ ବେଶରେ ସୁସଜ୍ଜିତ ହୋଇଥାନ୍ତି । ଯାହା ଉତ୍ସବର ମୁଖ୍ୟ ଆକର୍ଷଣ । ପରମ୍ପରା ଅନୁଯାୟୀ ଏକ ବିରାଟ ପଟୁଆରେ ନନ୍ଦ ରାଜା ନଗର ପରିକ୍ରମା କରିବା ସହ ଲଡୁ ବାଣ୍ଟିଥାନ୍ତି । ଗାଁର ଯୁବକଙ୍କ ପାଇଁ ଲଉଡି ଖେଳ, ଦଧିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ପୂଜ୍ୟପୂଜା, ନାରାୟଣ ସେବା, ଗୀତିନାଟ୍ୟ, ଜଣାଅଜଣା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରିଷଦ ପକ୍ଷରୁ ବିଜେତାଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥାଏ ।

କୃଷ୍ଣଙ୍କ ଲୀଳାଖେଳାକୁ ମନେ ରଖିବା ସହ ପୁରାତନ ପରମ୍ପରାକୁ ବଞ୍ଚାଇ ରଖିବାକୁ ମାଣତିର ଗ୍ରାମବାସୀଙ୍କ ଏହି ପ୍ରୟାସ ବେଶ ପ୍ରଶଂସନୀୟ । ଚଳିତ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro: Slug : Nandautsav
Format : pkg
Reporter : Gyanaranjan ojha
Place : JAJPUR
Date : 25.08.2019
ଆଙ୍କର-ଓଡିଆ ପଂରମ୍ପରାରେ ଜନ୍ମାଷ୍ଟମୀ ପର୍ବର ରହିଛି ସ୍ୱତନ୍ତ୍ରତା । ଜନ୍ନାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଜନ୍ମ ପରଦିନ ପାଳନ ହୁଏ ନନ୍ଦୋତ୍ସବ । ଏହି ପରଂପରାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମାଣତିର ଗାଁରେ ପ୍ରତିବର୍ଷ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥାଏ ଏହି ନନ୍ଦ ଉତ୍ସବ । ଯାହାକୁ ଦେଖିବା ଲାଗି ଜିଲା ତଥା ଜିଲା ବାହାରୁ ଛୁଟିଆସିଥାନ୍ତି ଦର୍ଶକ ।
Body:
ଭିଓ-୧-ପବିତ୍ର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଉତ୍ସବ ମୁଖରିତ ହୋଇଉଠିଥିଲା ଗୋପପୁର । ତା ପରଦିନ ପାଳିତ ହୋଇଥିଲା ନନ୍ଦୋତ୍ସବ । ଏହି ପରଂପରାକୁ ପାଥେୟ କରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମାଣତିର ଗାଁରେ ବେଶ୍ ଧୁମଧାମରେ ପାଳିତ ହୋଇଛି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ । ଓଡିଆ ରୀତିନୀତି ଓ ପରଂପରାକୁ ଆଦରି ଦୀର୍ଘ ବର୍ଷ ହେବ ପାଳିତ ହୋଇଆସୁଛି ଏହି ଉତ୍ସବ । ଏହି ସମୟରେ ସଂପୂର୍ଣ୍ଣ ଗ୍ରାମ ପରିବେଶ ହୋଇଉଠେ ଉତ୍ସବମୁଖର । ଗାଁର ମଦନମୋହନଜୀଉ ସାଂସ୍କୃତିକ ପରିଷଦ ପକ୍ଷରୁ ୩ଦିନ ଧରି ପାଳନ ହୁଏ ଏହି ଉତ୍ସବ । ଯାହାକୁ ଦେଖିବା ଲାଗି ଆଖପାଖ ଅଂଚଳରୁ ବହୁ ଲୋକଙ୍କ ଭିଡ ଜମେ । ବାଇଟ୍ 1– ବୃନ୍ଦାବନ ଶତପଥି,ଆୟୋଜକ
ବାଇଟ-2_ପ୍ରମୋଦ କୁମାର ରାଉତ,ନନ୍ଦ ରାଜା
ଭିଓ-୨-ଗାଁର ସମସ୍ତ ଲୋକେ ଏକତ୍ରିତ ହୋଇ ପାଳନ କରିଥାନ୍ତି ଏହି ଉତ୍ସବ । ବିଶେଷ କରି କୁନି କୁନି ପିଲା ରାଧାକୃଷ୍ଣ, ଗୋପାଳ ଆଦି ବିଭିନ୍ନ ବେଶରେ ସୁସଜ୍ଜିତ ହୋଇଥାନ୍ତି । ଯାହାକି ଉତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏକ ବିରାଟ ପଟୁଆରେ ନନ୍ଦ ରାଜା ନଗର ପରିକ୍ରମା କରିବା ସହ ଲଡୁ ବାଂଟିଥାନ୍ତି । ଏହି ଅବସରରେ ଗାଁର ଯୁବକମାନଙ୍କ ଲଉଡି ଖେଳ, ଦଧିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥାଏ । ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ପୂଜ୍ୟପୂଜା, ନାରାୟଣ ସେବା, ଗୀତିନାଟ୍ୟ, ଜଣାଅଜଣା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରିଷଦ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥାଏ ବାଇଟ୍ -3– ଦୂର୍ଗାପ୍ରସାଦ ଶତପଥି,କଳାକାର
ବାଇଟ୍ -4– ମଧୁସ୍ମିତା ମହାନ୍ତି, ଦର୍ଶକ

Conclusion:
ପାଂଭିଓ-କୃଷ୍ଣଙ୍କ ଲିଳାଖେଳାକୁ ମନେ ରଖିବା ଭଳି ପୁରାତନ ପରମ୍ପରାକୁ ବଂଚାଇ ରଖିବା ପାଇଁ ମାଣତିର ଗ୍ରାମବାସୀଙ୍କ ଉଦ୍ୟମ ପ୍ରଶଂସନୀୟ । ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.