ETV Bharat / state

ଯାଜପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନଳିନୀପ୍ରଭା ଜେନା ନିର୍ଦ୍ବନ୍ଦରେ ନିର୍ବାଚିତ - ଯାଜପୁର ରାଜନୀତି ହାଲଚାଲ

ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ନଳିନୀ ପ୍ରଭା ଜେନା । ଜିଲ୍ଲାର ୩୯ଟି ଜିଲ୍ଲାପରିଷଦ ଜୋନରେ ବିଜୁ ଜନତା ଦଳ ବିଜୟୀ ହୋଇଥିବାରୁ କେବଳ ନଳିନୀ ହିଁ ଏକମାତ୍ର ପ୍ରାର୍ଥୀ ହୋଇଥିଲେ । ଅଧିକ ପଢନ୍ତୁ

ନିର୍ଦ୍ୱନ୍ଦରେ ଜିଲ୍ଲା ପରିଷଦ ଅଧକ୍ଷା ନିର୍ବାଚିତ ହେଲେ ନଳିନିପ୍ରଭା ଜେନା

author img

By

Published : Mar 13, 2022, 6:38 PM IST

ଯାଜପୁର: ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ନଳୀନି ପ୍ରଭା ଜେନା । ଜିଲ୍ଲାର ୩୯ଟି ଜିଲ୍ଲାପରିଷଦ ଜୋନରେ ବିଜୁ ଜନତା ଦଳ ବିଜୟୀ ହୋଇଥିବାରୁ କେବଳ ନଳିନୀ ହିଁ ଏକମାତ୍ର ପ୍ରାର୍ଥୀ ହୋଇଥିଲେ । ନଳିନୀ କୋରେଇ ବ୍ଲକର ୩ ନଂ ଜିଲ୍ଲାପରିଷଦ ଜୋନର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଆଜି(ରବିବାର) ତାଙ୍କ ନାଁ ପୂର୍ବତନ ମନ୍ତ୍ରୀ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଘୋଷଣା କରିଥିଲେ ।

ନିର୍ଦ୍ୱନ୍ଦରେ ଜିଲ୍ଲା ପରିଷଦ ଅଧକ୍ଷା ନିର୍ବାଚିତ ହେଲେ ନଳିନିପ୍ରଭା ଜେନା

ନାମାଙ୍କନ ପତ୍ର ଦାଖଲ ପରେ ନିୟମ ମୁତାବକ ତାଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଥିଲା । ଅପରାହ୍ନ ଗୋଟାଏରେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଳିକ, ନଳିନୀ ପ୍ରଭା ଜେନାଙ୍କୁ ବିଜୟୀ ଭାବେ ଘୋଷଣା କରିଥିଲେ । ନଳିନୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଧନ୍ୟବାଦ ଦେଇଥିଲେ ।

ନଳିନୀ ନିର୍ବାଚିତ ହେବା ପରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ । ସମସ୍ତଙ୍କ ସହଯୋଗ ନେଇ ସେ ଆଗକୁ କାମ କରିବାକୁ ପ୍ରତିଶୃତି ଦେଇଛନ୍ତି । ନିର୍ବାଚନ ସମୟରେ କୋରେଇ ବିଧାୟକ ଅଶୋକ ବଳ, ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ ମହାପାତ୍ର, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ପ୍ରତାପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନଳିନୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.