ETV Bharat / state

ସମସ୍ୟା ଘେରରେ ବ୍ୟାସନଗର, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା

author img

By

Published : Apr 17, 2023, 4:21 PM IST

ବିଭିନ୍ନ ସମସ୍ୟା ଘେରରେ ଯାଜପୁର ବ୍ୟାସନଗର ସହର । ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟି ନଦେବାରୁ ଆସନ୍ତା 19ତାରିଖ ଦିନ 12ଘଣ୍ଟିଆ ସମ୍ପୂର୍ଣ୍ଣ ସହର ବନ୍ଦ ପାଇଁ ଡାକରା ଦିଆଯାଇଛି ନାଗରିକ ମଞ୍ଚ । ଅଧିକ ପଢ଼ନ୍ତୁ

ବିଭିନ୍ନ ସମସ୍ୟା ଘେରରେ ଯାଜପୁର ବ୍ୟାସନଗର ସହର

ସମସ୍ୟା ଘେରରେ ଯାଜପୁର ବ୍ୟାସନଗର ସହର

ଯାଜପୁର: ବିଭିନ୍ନ ସମସ୍ୟା ଘେରରେ ଯାଜପୁର ବ୍ୟାସନଗର ସହର । ବିଜୁଳିଠାରୁ ଆରମ୍ଭ କରି ରେଳ ଓଭରକୁ ନେଇ ସମସ୍ୟା ଦେଖିବାକୁ ମିଳିଛି । ଏହି ସମସ୍ୟାକୁ ନେଇ ପାଞ୍ଚ ଦଫା ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ବରିଷ୍ଠ ନାଗରିକ ମଞ୍ଚ । ଯାଜପୁର ଜିଲ୍ଲା ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଥିବା ବେଳେ ସରକାର କର୍ଣ୍ଣପାତ କରୁନଥିବା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅଭିଯୋଗ ।

ବରିଷ୍ଠ ନାଗରିକ ଆବାହକ କହିଛନ୍ତି, "ସହରରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଛି ବିଶେଷ ଭାବରେ ସହରର ବିଦ୍ୟୁତ ସମସ୍ୟା, ରେଳ ଓଭର ବ୍ରିଜ ନିର୍ମାଣ ଇତ୍ୟାଦି । ଅନେକ ଦିନ ହେବ ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳି ଉପରୁ ଏନଜିଟି ହଟାଇବା ଦାବି ବିଭିନ୍ନ ମହଲରେ ଜୋର ଧରିଛି । ତେବେ ଏହି ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅନେକ ସମୟରେ ଦାବି କରାଯାଉଥିଲେ ବି କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି ।"

ଏହାକୁ ଦୃଷ୍ଟିରେ ରଖି ଆଜି ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ ଆବାହକ ଚନ୍ଦ୍ରଶେଖର ପଣ୍ଡାଙ୍କ ସଭାପତିତ୍ୱରେ ବ୍ୟାସନଗର ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟି ନଦେବାରୁ ଆସନ୍ତା 19ତାରିଖ ଦିନ 12ଘଣ୍ଟିଆ ସମ୍ପୂର୍ଣ୍ଣ ସହର ବନ୍ଦ ପାଇଁ ଡାକରା ଦିଆଯାଇଛି ନାଗରିକ ମଞ୍ଚ । ରେଳଠାରୁ ଆରମ୍ଭ କରୁ ସ୍କୁଲ, କଲେଜ ସମସ୍ତ ସରକାରୀ, ବେସରାକରୀ ସଂସ୍ଥାକୁ ବନ୍ଦ କରିବାକୁ ସଂଘ ପକ୍ଷରୁ କୁହାଯାଇଛି । ସମସ୍ତ ଜରୁରୀ ସେବାକୁ ଛାଡି ଦେଲେ ଅଖ ଚକ ବନ୍ଦ ଡାକରା ଦେଇଛି କମିଟି ।

ବ୍ୟାସନଗର ପୌର ପରିଷଦର ସ୍ଥିତ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପର୍ଯ୍ୟଟନ ସ୍ଥଳି । ଏହି ସ୍ଥଳିର ବିକାଶ ପାଇଁ ଅନେକ ସମୟରେ ସହରବାସୀ ଦାବି କରୁଥିଲେ । ଏହି ଦାବିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ବିକାଶ ପାଇଁ 64 କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିଲା । ମାତ୍ର ଏହି ପର୍ଯ୍ୟଟନ ସ୍ଥଳିର କାର୍ଯ୍ୟ ଉପରେ ଏନଜିଟି ଲାଗୁ ଫଳରେ କାର୍ଯ୍ୟ ବନ୍ଦ ରହିଛି । ରେଳ ଲାଇନ ଉପରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ଅନେକ ସମୟରେ ସହରବାସୀ ଦାବି କରୁଛନ୍ତି l ତେବେ ଏହି ସମସ୍ୟା ଏବେ ବ୍ୟାସନଗର ସହର ବିକାଶ ଉପରେ ବାଧକ ସାଜିଛି । ଏହି ସମୟକୁ ଦୂର କରିବା ପାଇଁ ଅନେକ ବାର କଂଗ୍ରେସ, ବିଜେପି, ସିଆଇଟିୟୁଠାରୁ ଆରମ୍ଭ କରି ଅନେକ ସଂଗଠନ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଉଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.