ETV Bharat / state

ନଗଡାର କରୁଣ ଚିତ୍ର; ଚାଉଳ ପାଇଁ ସକାଳୁ ଯାଇ ଅପରାହ୍ନରେ ଫେରିଲେ ଛାତ୍ରଛାତ୍ରୀ - ନଗଡା

ପୁଣି ଚର୍ଚ୍ଚାରେ ନଗଡା । ଚାଉଳ ପାଇଁ ଦୀର୍ଘ ୨୦ କିଲୋମିଟର ଚାଲିଲେ ନଗଡା ଛାତ୍ରଛାତ୍ରୀ । ସକାଳ ୭ଟାରୁ ଯାଇ ଦିନ ୪ଟାରେ ଚାଉଳ ମୁଣ୍ଡାଇ ସ୍କୁଲରୁ ଫେରିଲେ ପିଲା । ଅଧିକ ପଢନ୍ତୁ...

ଚାଉଳ ପାଇଁ ଲମ୍ବା ଯାତ୍ରା, ଭୋରରୁ ଯାଇ ଅପରାହ୍ନରେ ଫେରିଲେ ନଗଡା ଛାତ୍ରଛାତ୍ରୀ

author img

By

Published : Oct 29, 2021, 2:09 PM IST

ଯାଜପୁର: ପୁଣି ଚର୍ଚ୍ଚାରେ ନଗଡା । ଓଡିଶାର ଭୋକର ଭୂଗୋଳ କୁହାଯାଉଥିବା ନଗଡାରୁ ସାମ୍ନାକୁ ଆସିଲା ଦୁର୍ଦ୍ଦଶାର ଆଉ ଏକ କରୁଣ ଚିତ୍ର । ଚାଉଳ ପାଇଁ ୨୦ କିଲୋମିଟର ଚାଲିଲେ ନଗଡା ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପ୍ରତିବଦଳରେ ମିଳୁଥିବା ଚାଉଳ ପାଇଁ ଏଠିକାର ଛାତ୍ରଛାତ୍ରୀଙ୍କୁ ପାହାଡ ଜଙ୍ଗଲ ଅତିକ୍ରମ କରି ଦୀର୍ଘ ୨୦ କିଲୋମଟର ଚାଲିବାକୁ ହେଉଛି । ନଗଡାଠାରୁ ୧୦ କିଲୋମିଟର ଦୂର ସାତକୁଲିଆ ପାହାଡ ତଳେ ଥିବା ଦେଓଗାଁ ପ୍ରାଥମିକ ସ୍କୁଲରୁ ପିଲାମାନେ ଗତକାଲି(ଗୁରୁବାର) ମୁଣ୍ଡରେ ଚାଉଳ ବୋହି ଗାଁକୁ ଫେରୁଥିବାର ଚିତ୍ର ଏବେ ସାମ୍ନାକୁ ଆସିଛି ।

ଚାଉଳ ପାଇଁ ଲମ୍ବା ଯାତ୍ରା, ଭୋରରୁ ଯାଇ ଅପରାହ୍ନରେ ଫେରିଲେ ନଗଡା ଛାତ୍ରଛାତ୍ରୀ

କୋରୋନା ସମୟରେ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇନଥିଲା । ତା' ପ୍ରତିବଦଳରେ ସେମାନଙ୍କୁ ଚାଉଳ ଦିଆଯାଉଛି । ତେଣୁ ନଗଡା ଅଞ୍ଚଳର ପିଲାମାନେ ପାହାଡ଼ ତଳକୁ 10 କିଲୋମିଟର ଚାଲି ଚାଲି ଆସି ଚାଉଳ ନେଇ ପୁଣି 10 କିଲୋମିଟର ଉପର ଗାଁକୁ ଯାଉଛନ୍ତି । ଏପରିକି ସେମାନଙ୍କ ଗୋଡରେ ଜୋତା ନଥିବା ମଧ୍ୟ ଦେଖାଯାଇଛି ।

ଚଳିତ ବର୍ଷ ଦେଓଗାଁ ସ୍କୁଲରେ ନଗଡ଼ାରୁ 16, ତୁମୁଣିରୁ 28 ଓ ଗୁହିଆଶାଳରୁ 9 ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ଜଣାପଡ଼ିଛି । ଗତକାଲି ନଗଡ଼ା ଓ ଗୁହିଆଶାଳରୁ24 ଜଣ ଛାତ୍ରଛାତ୍ରୀ ଚାଉଳ ଆଣିବାକୁ ସ୍କୁଲ ଯାଇଥିଲେ । ସେମାନେ ସକାଳ 7ଟାରୁ ଯାଇଥିବାବେଳେ ଦିନ 4 ଟାରେ ଭୋକ ଉପାସରେ ଚାଉଳ ମୁଣ୍ଡାଇ ଫେରିଥିଲେ । ନଗଡ଼ାରେ ବିକାଶ ଜାରି ରହିଥିବା ନେଇ ପ୍ରଶାସନ କହୁଥିବାବେଳେ ଏଭଳି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେପଟେ ପିଲାଙ୍କ ୨୦ କିଲୋମିଟର ଚାଲିବା ଘଟଣା ସାମ୍ନାକୁ ଆସିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ତେବେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ନଗଡ଼ା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ କି ବ୍ୟବସ୍ଥା କରୁଛି ଦେଖିବାକୁ ବାକି ରହିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.