ETV Bharat / state

ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କଲେ ନବନିର୍ମାଣ କୃଷକ ସଂଗଠନ

ଚାଷୀଙ୍କ ସମସ୍ୟା ସମାଧାନ ନହେବା ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ । ପୋଲିଂ ପାର୍ଟିକୁ ଯାଜପୁରରେ ଶତାଧିକ ନବର୍ନିର୍ମାଣ କୃଷକ ସଂଗଠନ କାର୍ଯ୍ୟକର୍ତ୍ତା ବିରୋଧ କରିଛନ୍ତି ।

author img

By

Published : Apr 28, 2019, 3:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଚାଷୀଙ୍କ ସମସ୍ୟା ସମାଧାନ ନହେବା ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ । ଶନିବାର ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଯାଜପୁରରେ ଶତାଧିକ ନବର୍ନିର୍ମାଣ କୃଷକ ସଂଗଠନ କାର୍ଯ୍ୟକର୍ତ୍ତା ବିରୋଧ କରିଛନ୍ତି । ଏନସି କଲେଜ ନିକଟରେ ପୋଲିଂ ପାର୍ଟିଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ପ୍ରତିବାଦ ଜଣାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବାରମ୍ବାର ଚାଷୀଙ୍କ ସମସ୍ୟା ସଂପର୍କରେ ସରକାରଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ସରକାର ଆଦୌ ଏଥିରେ କର୍ଣ୍ଣପାତ ନକରି କେବଳ ନିର୍ବାଚନୀ ବୈତରଣୀ ପାରି ହେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ଆଜି ଜିଲ୍ଲାର ବିଭିନ୍ନ ପୋଲିଂ ବୁଥକୁ ପୋଲିଂ ପାର୍ଟିମାନେ ଇଭିଏମ ନେଇ ଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି କାର୍ଯ୍ୟକର୍ତ୍ତା ।

ତେବେ ସେମାନଙ୍କୁ ବିରୋଧ କରି ସଂଗଠନର ବହୁ କାର୍ଯ୍ୟକର୍ତ୍ତା ରାସ୍ତା ଉପରେ ଶୋଇ ରହିଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଜୋର ଜବରଦସ୍ତ ଉଠାଇଥିଲା । ସଂଗଠନର 50ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.