ETV Bharat / state

ଭେଲଙ୍ଗ ଗ୍ରାମ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: 2 ଗିରଫ

ଯାଜପୁର ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଗତ 17 ତାରିଖରେ ରାତିରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଟଙ୍କା ନେଣଦେଣକୁ ନେଇ ସେହି ଗ୍ରାମର 2 ଜଣ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି । ଅଧିକ ଖବର ପଢନ୍ତୁ...

ଭେଲଙ୍ଗ ଗ୍ରାମ ହତ୍ୟାକାଣ୍ଡର ପର୍ଦ୍ଦାଫାସ; 2 ଗିରଫ

author img

By

Published : Jul 25, 2020, 1:58 PM IST

ଯାଜପୁର: ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଗତ 17 ତାରିଖ ରାତିରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଟଙ୍କା ନେଣଦେଣକୁ ନେଇ ସେହି ଗ୍ରାମର 2 ଜଣ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି । ପୋଲିସ 2 ଅଭିଯୁକ୍ତ ବିରଞ୍ଚି ମଳିକ ଓ ଅଜୟ ମଳିକକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗତ 17 ତାରିଖ ରାତିରେ ଭେଲଙ୍ଗ ଗ୍ରାମର ମାଛ ବ୍ୟବସାୟୀ ଟୁଟୁନ ମଳିକ ପେଟ୍ରୋଲ ଆଣିବାକୁ ସାଇକେଲ ଯୋଗେ ଯାଇଥିଲେ ।

ଭେଲଙ୍ଗ ଗ୍ରାମ ହତ୍ୟାକାଣ୍ଡର ପର୍ଦ୍ଦାଫାସ; 2 ଗିରଫ

ହେଲେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟୁଟୁନ ପଡିଥିବା ଦେଖି ଲୋକମାନେ ତାଙ୍କ ପରିବାର ଓ ପୋଲିସକୁ ଖବର ଦେବା ସହ ତାଙ୍କୁ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ଏହା ଏକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପୋଲିସ ଅନୁମାନ କରିଥିଲା ।

ହେଲେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଥାନାରେ ତାଙ୍କ ବାପା ଅଭିଯୋଗ କରିଥିଲେ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ସେହି ଗ୍ରାମର ବିରଞ୍ଚି ଓ ଅଜୟକୁ ପୋଲିସ ଥାନାକୁ ଆଣି ପଚରାଉଚରା କରିଥିଲା । ଟଙ୍କା ନେଣଦେଣକୁ ନେଇ ସେମାନେ ତାକୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.