ETV Bharat / state

ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ମାଆ - ଯାଜୁପରରେ ପୁଅ ମୃତ୍ୟୁ ଶୁଣି ମାଆ ମୃତ

ଯାଜପୁରରେ ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ମାଆ । ବାପା, ମାଆ ଏବଂ ପୁଅ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ଅଧିକ ପଢନ୍ତୁ...

ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ମାଆ
ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ମାଆ
author img

By

Published : May 20, 2021, 10:09 AM IST

ଯାଜପୁର: କୋରୋନାରେ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲା ମାଆ । ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର ଧବଳଗିରି ଅଞ୍ଚଳରେ ।

ସୂଚନା ଅନୁଯାୟୀ ଚୈତନ୍ୟ ଆରୁଖ ନାମକ ଜଣେ ବ୍ୟକ୍ତି ପତ୍ନୀ ଶୈଳବାଳା ଆରୁଖ ଓ ପୁଅ ରତିରଞ୍ଜନ ଆରୁଖଙ୍କୁ ନେଇ ଧବଳଗିରି ଅଞ୍ଚଳରେ ରହୁଥିଲେ । ଚୈତନ୍ୟ ରଙ୍ଗ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଗତ ୮ ଦିନ ତଳେ ବାପା, ମାଆ ଓ ପୁଅ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଚୈତନ୍ୟ ଏବଂ ରତିରଞ୍ଜନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୈଳବାଳା ନିଜ ଘରେ ହୋମ୍ ଆଇସୋଲେସନରେ ଥିଲେ । ଆଜି(ଗୁରୁବାର) ସକାଳୁ ୨୮ ବର୍ଷୀୟ ଏକମାତ୍ର ପୁଅର ମୃତ୍ୟୁ ଖବର ଶୁଣି ହୃଦଘାତରେ ମାଆ ଶୈଳବାଳାଙ୍କ ଜୀବନ ଚାଲିଯାଇଛି । ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ଚୈତନ୍ୟ ଏବେବି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.